Masthead

ବାପାର ତଣ୍ଟି କାଟି ପୁଅ ଫେରାର

 

ପୋଲସରା (ବଡ଼ ଖବର ବ୍ୟୁରୋ):ନିଜ ଜନ୍ମ କଲା ବାପାର ତଣ୍ଟି କାଟିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡା ରେ। ଗୁରୁବାର ଅପରାହ୍ନରେ ବ୍ୟାଘ୍ରଦେବୀ ସାହିର ସୁରେନ୍ଦ୍ର ପ୍ରଧାନଙ୍କୁ କୌଣସି କାରଣ ରୁ  ନିଜ ପୁଅ ଧୋବା ଏକ ଧାରୁଆ ଛୁରୀରେ ତଣ୍ଟିକୁ କାଟି ଫେରାର ହୋଇଯାଇଛି । ରକ୍ତ ଜୁଡୁବୁଡ଼ ଅବସ୍ଥାରେ ସୁରେନ୍ଦ୍ରଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକ ନିକଟରେ ଥିବା ଅଗ୍ନିଶମ ଗାଡ଼ିରେ ସୁରେନ୍ଦ୍ରଙ୍କୁ ବୁଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାକୁ ନେଇ ମାମଲା ରୁଜୁ ହୋଇନଥିବା ବେଳେ  ଧୋବା ଫେରାର ଅଛି। ସୁରେନ୍ଦ୍ର  ଏବେ ଜୀବନ ସହ ଲଢେ଼ଇ କରୁଛନ୍ତି ।

ପୂର୍ବରୁ ମଧ୍ୟ ଧୋବା ବାପା ସୁରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଧୋବା ଙ୍କ ମାନସିକ ଅବସ୍ଥା ଭଲ ନଥିବା କହିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ