Masthead

ଶିଳ୍ପାଞ୍ଚଳରେ ବି ଦାଦନ ଦୁଃଖ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଦଲାଲଙ୍କ କବଳରେ ଆଦିବାସୀ ପରିବାରର ନିରିହ ନାବାଳିକା ଓ ନାବାଳକ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ ଏବେ ଶିଶୁ ଦାଦନ ଶ୍ରମିକ । ଯାହା ସରକାରଙ୍କ ଶିଳ୍ପ ସ୍ଥାପନାକୁ ନେଇ ଉଠାଇଛି ପ୍ରଶ୍ନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁ ଅଂଚଳରୁ ତାମିନାଡୁକୁ ଦାଦନ ଶ୍ରମିକ ଚାଲଣ ହେଉଥିବା କଥା ପ୍ରଥମେ ବଡ଼ ଖବର ଜାଣିବାକୁ ପାଇଥିଲା । ପରେ ଏନେଇ ଆରମ୍ଭ କରିଥିଲୁ ଅପରେସନ୍ ଦାଦନ । ଖବର ଭିତରକୁ ଗଲାପରେ ଖବର ଯାହାଥିଲା ତାଠାରୁ ଢେର ଅଧିକା ଲୋମ ହର୍ସଣ କାରି ଘଟଣା ଦେଖିବାକୁ ମିଳିଥିଲା । ତାମିଲନାଡୁରୁ ଆସିଥିବା ଏହି ବସ ଭିତରେ ହୋଇଥିଲା ଆମ ଅପରେସନ୍ । ପରେ ନିଦ ଭାଙ୍ଗିଲା ଜିଲ୍ଲା ପ୍ରଶାସନର । ଉଦ୍ଧାର ହେଲେ ୭ ନାବାଳିକା ୯ ନାବାଳକା ସହ ମୋଟ୍ ୧୬ ଜଣ ଶିଶୁ ଶ୍ରମିକ । ସରକାର ଶିଳ୍ପ ରାଜଧାନୀ କଳିଙ୍ଗନର ଓ ସୁନାର ସୁକିନ୍ଦା କହୁଥିବା ବେଳେ ପ୍ରକୃତରେ ଏକଥା ସଂପୂର୍ଣ୍ଣ ଅଲଗା । ଆଜିବି ଏଠିକାର ଭୋକର ଭୂଗୋଳ ନଜିର ରହିଛି ।

ଦଲାଲଙ୍କ କବଜାରେ ନିରିହ ଆଦିବାସୀ ଶିଶୁ ଶ୍ରମିକ । ଦଲାଲ ନେଟୱାର୍କ ଥିଲା ଅନ୍ତୋଜିଲ୍ଲା । ଏତିକିରେ କଥା ସରିଲାନି ଦଲାଲ ମାନଙ୍କ ହାତ ଲମ୍ବିଛି ରାଜ୍ୟରୁ ରାଜ୍ୟ ସୁଦୁର ତାମିଲନାଡୁ ପର୍ଯ୍ୟନ୍ତ । ତେବେ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ମାନଙ୍କୁ ପୋଲିସ୍, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଉଦ୍ଧାର କରିଥିବା ବେଳେ ୧୮ ବର୍ଷ ଉର୍ଦ୍ଧ୍ବ ରହିଥିବା ଶ୍ରମିକ ମାନଙ୍କୁ ପୋଲିସ୍ ଘରକୁ ପଠାଇ ଥିଲା । ସେପଟେ ତାମିଲନାଡୁରୁ ଆସିଥିବା ବସକୁ ସୁକିନ୍ଦା ପୋଲିସ୍ ଥାନାରେ ଅଟକ ରଖି ତଦନ୍ତ ଜାର ରଖିବା ବେଳେ ଜିଲ୍ଲାପାଳ ଚକ୍ରବତୀ ସିଂହ ରାଠୋର ଏହି ଘଟଣାର ତଦନ୍ତ ଚାଲିଥିବା ବଡ଼ ଖବରକୁ କହିଛନ୍ତି ।

ତେବେ ଗୋଟିଏ ପଟେ ଶିଳ୍ପ ଅନ୍ୟ ପଟେ ଖଣି ହେଲେ ତଥାପି ଏଠିକା ଶିଶୁ ଓ ଶ୍ରମିକ ବାହାର ରାଜ୍ୟ କୁ ଯାଉଛନ୍ତି ଦାଦନ ଖଟି । ହେଲେ କାହିଁକି ସରକାର କରିଥିଲେ ଶିଳ୍ପାଞ୍ଚଳ । କାହା ସ୍ୱାର୍ଥପାଇଁ ଚାଲିଛି ଏ ଶିଳ୍ପସଂସ୍ଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା