Masthead

କନ୍ୟାଶ୍ରମରେ ମସ୍ତିଷ୍କ ରୋଗ ଆତଙ୍କ, ୫ ଛାତ୍ରୀ ଆକ୍ରାନ୍ତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ବ୍ୟାପୁଛି ମସ୍ତିଷ୍କ ପ୍ରବାହ ରୋଗ । କନ୍ୟାଶ୍ରମରରେ ରିପୋର୍ଟ ପାଜିଟିଭ ଆସିବାରୁ ୫ ଛାତ୍ରୀଙ୍କୁ ସୋରରୁ ବାଲେଶ୍ଵରକୁ ସ୍ଥାନାନ୍ତର । ଗତ ତିନିଦିନ ତଳେ ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମରେ ୧୦ମ ଶ୍ରେଣୀ ଛାତ୍ରୀ ବାନ୍ତି କରବାରୁ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହେବା ପରେ ସେଠାକାର ଅଞ୍ଚଳବାସୀ ଭୟଭିତ । ଗତକିଛି ଦିନ ତଳେ ଜର, କାଶ ଓ ମୁଣ୍ଡବିନ୍ଧା ହେଉଥିବା ୨୬ ଛାତ୍ରୀ ସୋର ଡାକ୍ତରଖାନରେ ଚିକିତ୍ସିତ ହେଇଥିଲେ । ସେମାନଙ୍କ ରକ୍ତ ନମୁନା କଟକ ପଠାଯାଇଥିଲା ।

ଆକ୍ରାନ୍ତଙ୍କ ରକ୍ତ ନମୁନା ରିପୋର୍ଟ ଆସିବାରୁ ୫ ଛାତ୍ରୀଙ୍କୁ ସୋର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୨୨ ଛାତ୍ରୀ ଏବେବି ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଗତ ଦୁଇଦିନ ଧରି ତନାଘନା କରିବା ସହ ରୋଷେଇ ଘର ସିଲ୍ କରି ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଫରେନ୍ସିକ ଲେବ୍ରୋଟରିକୁ ପଠାଯାଇଛି । ୨ ଶହରୁ ଉର୍ଦ୍ଧ ଅନ୍ତେବାସୀ ରହୁଥିବା ଗାନ୍ଧୀ ସେବା ସଂଘ ପୁରୁବାଇ କନ୍ୟାଶ୍ରମରେ କେଉଁ କାରଣରୁ ଛାତ୍ରୀମାନେ ଆକ୍ରାନ୍ତ ହେଲେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’