Masthead

ଦଳୀୟ ନାଁ ଓ ଚିହ୍ନ ପରେ ହଟିଲା ବ୍ଲୁ ଟିକ୍

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ନିର୍ବାଚନ କମିଶନଙ୍କ ପରେ ଉଦ୍ଧବ ଗୋଷ୍ଟୀଙ୍କୁ ଲାଗିଲା ଟ୍ୱିଟରର ଝଟକା । ହଟିଲା ବ୍ଲୁ ଟିକ୍ । ପ୍ରଥମେ ନିର୍ବାଚନ କମିଶନ ଶିବସେନାର ନାଁ ଓ ଦଳୀୟ ଚିହ୍ନ ଧନୁ-ତୀର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଦେଇଥିଲେ। ଏହାକୁ ନେଇ ଛକା ପଞ୍ଝା ଚାଲିଥିବା ବେଳେ ଏବେ ଉଦ୍ଧବ ଗୋଷ୍ଠୀଙ୍କୁ ଟ୍ୱିଟର ଝଟକା ଦେଇଛି। ଉଦ୍ଧବ ଠାକେରଙ୍କ ଶିବସେନା ଗୋଷ୍ଠୀର ଟ୍ୱିଟର ଆକାଉଣ୍ଟରେ ଥିବା ବ୍ଲ୍ୟୁ ଟିକ୍‌କୁ କମ୍ପାନୀ ହଟାଇ ଦେଇଛି।

୨୦୨୨ ଅକ୍ଟୋବର ମାସରେ ନିର୍ବାଚନ କମିଶନ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀରକୁ ଅଚଳ କରି ଦେଇଥିଲେ। ଏଥିସହ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ନାଁ ଏବଂ ଚିହ୍ନ ପ୍ରଦାନ କରିଥିଲେ। ସିନ୍ଦେ ଗୋଷ୍ଠୀର ନାଁ ରହିଥିଲା ବାଲାସାହେବଙ୍କ ଶିବସେନା। ଦଳର ଚିହ୍ନ ଦୁଇଟି ଖଣ୍ଡା ଓ ଭାଲା ରହିଥିଲା। ସେହିପରି ଉଦ୍ଧବ ଗୋଷ୍ଠୀର ନାଁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରହିଥିଲା। ଦଳକୁ ମଶାଲ ଚିହ୍ନ ମିଳିଥିଲା। ଏହାପରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଟ୍ୱିଟରରେ ନିଜ ଅଫିସିଆଲ ଆକାଉଣ୍ଟର ନାଁ ପରିବର୍ତ୍ତନ କରିଥିଲା। ଆକାଉଣ୍ଟ ନାଁ ପରିବର୍ତ୍ତନ ପରେ ଟ୍ୱିଟର ପକ୍ଷରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ