ସରକାରୀ ଯୋଜନା କାହା ପାଇଁ, ଜୀବନ ହାରିଲେ ଛାତ୍ର

 

ଭବାନୀପାଟଣା (ବଡ଼ ଖବର ବ୍ୟୁରୋ ): କଳାହାଣ୍ଡିର ଚର୍ଚ୍ଚିତ ଦାନ ମାଝି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଦାରିଦ୍ର୍ୟ ର କରୁଣ ପରିଣତି ଦେଖିବାକୁ ମିଳିଛି କଳାହାଣ୍ଡିର ଦୁର୍ଗମ କେଳୁଆ ଗାଁରେ । ବାପା କଲେଜ ଫି ଦାଖଲ ନକରିପାରିବାରରୁ ବିଷ ପିଇ ଆତ୍ମହତ୍ୟା କଲେ ପୁଅ ସଞ୍ଜୟ ମାଝୀ ।  ସଞ୍ଜୟ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।  ଆଶା କରିଥିଲେ  କଲେଜ ପଢ଼ିବେ।  କଲେଜରେ ନାମ ଲେଖାଇବାକୁ ବାପାଙ୍କୁ କହିଥିଲେ ।  ଦାରିଦ୍ର୍ୟ ସହ ଜୁଝୁଥିବା ଗରିବ ବାପା ପଢେଇବା କୁ ଅସମର୍ଥ ହୋଇଥିଲେ । ବାଧକ ଥିଲା ଟଙ୍କା । ପାଠପଢି ନପାରିବାର ଦୁଃଖ ନିରାଶ କରିଥିଲା ସଂଜୟ କୁ । ଶେଷରେ ମୃତ୍ୟୁ କୁ ଆପଣେଇ ଥିଲା ସଞ୍ଜୟ,  କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରତର ଅବସ୍ଥାରେ ପରିବାର ଲୋକେ ସଞ୍ଜୟଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କର ମୃତ୍ୟୁ ହୋଇଛି ବୋଲି ବାପା ଶ୍ୟାମ ମଝି ସୂଚନା ଦେଇଛନ୍ତି ।

ରାଜ୍ୟ ସରକାର ଗରିବଙ୍କ ସହାୟତା ପାଇଁ ମାଳ ମାଳ ଯୋଜନା ର ଡିଣ୍ଡିମ ପିଟୁଥିବା ବେଳେ ଯୋଜନା କିନ୍ତୁ ଅପହଞ୍ଚ ପ୍ରକୃତ ହିତାଧିକାରୀଙ୍କ ପାଖରେ । କେଳୁଅ ଗାଁର ସଞ୍ଜୟ ଏହାର ଏକ ଉଦାହରଣ ମାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’