୩୦ ଲକ୍ଷ ଟଙ୍କାର ମଦ ପିଇଦେଲା ମୂଷା

କୋତବାଲୀ (ବଡ଼ ଖବର ବ୍ୟୁରୋ): ମଦ ପିଇଦେଲା ମୂଷା । ୨୪୦୦ ପେଟି ମଦ ମୂଷା ପେଟରେ ପଡିଲା । ଏଭଳି ଏକ ଖବର ଦେଖିବାକୁ ମିଳିଛି ୟୁପିରୁ । ପେଟି ପେଟି ମଦ ସଫା କରିଦେଲା ମୂଷା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ୟୁପିରୁ ଆସିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିରଖିଛି । କ୍ରାଇମବ୍ରାଞ୍ଚର ରିପୋର୍ଟରେ ଲେଖାଯାଇଛି ଯେ, ଚୋରାମଦ ଥାନାରୁ କୁଆଡେ ଗାଏବ ହୋଇନି ବରଂ ମଦ ମୂଷା ପିଇଦେଇଛି। ମାର୍ଚ୍ଚ ୧୧ରେ ଥାନା ଅଧିନ କୋତବାଲୀ ଅଞ୍ଚଳରେ ରେଡ କରି ପୋଲିସ ବିପୁଳ ମଦ ଜବତ କରିଥିଲା।

ପାଖାପାଖି ୨୪୦୦ ପେଟି ମଦ ଜବତ କରିଥିଲା ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଥାନାରେ ଥିବା ଜବତ ମଦ ପରେ ଗାଏବ ହୋଇଥିବା ଜଣାପଡିଥିଲା । ଘଟଣାରେ ପୋଲିସର ହାତ ଥିବା ଅଭିଯୋଗ ହେବା ପରେ ଜିଲ୍ଲା ଅଧିକାରୀ ସମ୍ପୃକ୍ତ ଥାନାର ଇନସପେକ୍ଟର ଏବଂ ତାଙ୍କ ସହଯୋଗୀଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ପରେ ଏହି ମଦ ଗାଏବ ମାମଲା ଆଲିଗଡ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ସବୁଠାରୁ ଚକିତ କରିଦେଲା ମଦ ମାମଲାରେ କ୍ରାଇମବ୍ରାଞ୍ଚ ରିପୋର୍ଟ । ତଦନ୍ତ କରି କ୍ରାଇମବ୍ରାଞ୍ଚ ଟିମ ଜେନେରାଲ ଡାଏରୀରେ ଯାହା ଲେଖିଛି ତାହା ଶୁଣିଲେ ଆପଣ ବିଶ୍ୱାସ ବି କରି ପାରିବେନି । କ୍ରାଇମବ୍ରାଞ୍ଚ କହିଛି ମଦ ଥାନାରୁ ଗାଏବ ହୋଇନି ବରଂ ମୂଷା ସବୁ ମଦ ପିଇଦେଇଛି । ଜବତ ହୋଇଥିବା ୨୪୦୦ ପେଟି ମଦ ମୂଷା ପେଟକୁ ଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!