Masthead

‘ବିଶ୍ୱ ଡାକ ଦିବସ’ର କାହାଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ‘ବିଶ୍ୱ ଡାକ ଦିବସ’। ପ୍ରତିବର୍ଷ ଅକ୍ଟୋବର-୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଏ । ୧୮୬୯ରେ ପ୍ରଥମଥର ପାଇଁ ଅକ୍ଟୋବର-୯ ତାରିଖକୁ ‘ବିଶ୍ୱ ଡାକ ଦିବସ’ରୂପେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ୧୮୭୪ ଆଜିର ଦିନରେ ସ୍ୱିଜରଲାଣ୍ଡର ବର୍ନରେ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍’ ସ୍ଥାପିତ ହୋଇଥିଲା । ଏହା ଦ୍ୱାରା ବିଶ୍ୱସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାର ଏକ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା । ବିଭିନ୍ନ ଦେଶ ଡାକସେବାର ଗୁତୁତ୍ୱକୁ ଆଲୋକିତ କରିବାକୁ ଆଗେଇ ଆସିଥିଲେ ।

ଅନେକ ଶତାବ୍ଦୀ ଧରି ଡାକ ବ୍ୟବସ୍ଥା କାର୍ଯ୍ୟ କରିଆସୁଛି । ଇତିହାସର ପଛକୁ ଫେରି ଦେଖିଲେ ଲୋକେ ଯୋଗାଯୋଗ ପାଇଁ ପରସ୍ପରକୁ ଚିଠି ପଠାଉଥିଲେ । ପାଦରେ ଚାଲିଚାଲି,ଘୋଡ଼ାଗାଡି଼ ମାଧ୍ୟମରେ ସ୍ୱତନ୍ତ୍ର ଦୂତମାନଙ୍କ ଦ୍ୱାରା ବିତରଣ କରାଯାଉଥିଲା । ୧୬୦୦ ଦଶକରୁ ଅନେକ ଦେଶରେ ପ୍ରଥମ ଜାତୀୟ ଡାକ ବ୍ୟବସ୍ଥା ଆରମ୍ଭ ହେବାକୁ ଲାଗିଲା । ୧୮୭୪ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍’(ୟୁପିୟୁ)ର ଜନ୍ମ ଆଜିର ଡାକସେବା ପାଇଁ ବାଟ ଖୋଲିଲା । ୧୯୪୮ରେ ୟୁପିୟୁ ମିଳିତ ଜାତିସଂଘର ଏକ ଏଜେନ୍ସି ହେଲା ।

ବିଶ୍ୱର ସର୍ବାଧିକ ଡାକଘର ଆମ ଦେଶରେ ଅଛି । କୋଲକାତାରେ ଭାରତର ପ୍ରଥମ ଡାକଘର ସ୍ଥାପିତ ହୋଇଥିଲା । ବିଶ୍ୱର ସର୍ବାଧିକ ଉଚ୍ଚତାରେ ଥିବା ଡାକଘର ହେଉଛି ହିମାଚଳ ପ୍ରଦେଶ ଅନ୍ତର୍ଗତ ହିକିମ ଡାକଘର । ଆଜିର ଦିନରେ ଭାରତରେ ୧ ଲକ୍ଷ ୫୪ ହଜାର ୯୧୦ରି ଡାକଘର ଅଛି । ଆମ ଦେଶରେ ଡାକ ଘର ଗୁଡିକରେ ୩୩.୦୩ କୋଟି ସଞ୍ଚୟ ଖାତା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ