ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ନେତା ମାନସିକ ସନ୍ତୁଳନ ହରେଇଲେଣି । ଆମେ ବିଧାୟକମାନେ ଦୁରେଇ ରହୁଛୁ, ଆପଣ (ସାମ୍ବାଦିକ ) ମାନେ ମଧ୍ୟ ଦୁରେଇ ରୁହନ୍ତୁ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରାଶାନ୍ତ ମୁଦୁଲି । ବିରୋଧୀଦଳ ନେତାଙ୍କ ନାମରେ ୧୬ ଟି ଅପରାଧିକ ମାମଲା ରହିଛି । ତାଙ୍କ ଠାରୁ ଅଧିକ କଣ ଆଶା କରାଯାଇପାରେ ।ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀ ଦଳଙ୍କ କାର୍ଯ୍ୟକଳାପ ଦୁର୍ଭାଗ୍ୟଜନକ ।