Masthead

ଆରଏସ୍ଏସ୍ କର୍ମୀଙ୍କ ବଦାନ୍ୟତା

କୋଟପାଡ଼ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କରୋନା ଯୋଦ୍ଧାମାନଙ୍କ ଦ୍ୱାରା ପ୍ଲାଜମା ଦାନ କରାଯାଇଥିଲା । ପ୍ଲାଜମା ଦାନ ଫଳରେ କିପରି ଲୋକମାନଙ୍କର ମୂଲ୍ୟବାନ ଜୀବନ ବଞ୍ଚା ଯାଇପାରିବ, ଏହାର ଜ୍ୱଳନ୍ତ ଉଦାହରଣ ଉପସ୍ଥାପନ କରି ପ୍ରଶଂସାର ପାତ୍ର ହୋଇଥିଲେ କରୋନା ଯୋଦ୍ଧା । କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସପିଟାଲର ରକ୍ତ ଭଣ୍ଡାରରେ ଆଜି କୋଟପାଡ଼ ଅଞ୍ଚଳର ଜଣେ ଆରଏସ୍ଏସ୍ କର୍ମୀ ଗଣେଶ ଆଚାର୍ୟ୍ୟ ପ୍ଲାଜମା ଦାନ କରିଛନ୍ତି । କରୋନା ଯୁଦ୍ଧରେ କିପରି ଲୋକଙ୍କ ଜୀବନ ବଞ୍ଚାଯାଇପାରିବ ସେନେଇ ଜନସାଧାରଣଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ଏହି ମହତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି । ପ୍ଲାଜମା ଦାନ ସମୟରେ କୋରାପୁଟ ବିଡ଼ିଓ ନରେନ୍ଦ୍ର ନାୟକ, ମାତଳୀପୁଟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ପି.କେ ସାମଲ୍ , ବି ପି ଏମ ନୂତନ ସିଂ, ମରିଚମାଳ ନୋଡାଲ୍ ଅଧିକାରୀ କୃଷ୍ଣମୋହନ ପଟ୍ଟନାୟକଙ୍କ ସହ ଜିଲ୍ଲା ପ୍ଲାଜମା ୟୁନିଟ ସଦସ୍ୟା ମମତା ମହାନ୍ତି ଓ ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼