Masthead

ଜବାବ ଦେଲେ ଜୟନାରାୟଣ, ନବଙ୍କ ହତ୍ୟା ପାରିବାରିକ ଘଟଣା ନୁହେଁ

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଦୀପାଲିଙ୍କ ପ୍ରେସମିଟକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନବ ଦାସ ହତ୍ୟାକାଣ୍ଡ ଦଳୀୟ କଥା ନୁହେଁ କି ପାରିବାରିକ ବ୍ୟାପାର ନୁହେଁ । ହତ୍ୟାର ରହସ୍ୟ ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛ । ଏହା ନବ ଦାସଙ୍କ ପାରିବାରିକ ଘଟଣା ନୁହେଁ କି ବିଜେଡିର ମଧ୍ୟ ମ୍ୟାଟର ନୁହେଁ । ସେ ତାଙ୍କର ପିତା ନଥିଲେ ଓଡିଶାର ଜଣେ ମନ୍ତ୍ରୀ ଥିଲେ । ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । କୋଟି କୋଟି ଓଡ଼ିଶାବାସୀ ଜାଣିବା ପାଇଁ ଚାହିଁବେ ହତ୍ୟାର ରହସ୍ୟ କଣ ? ରାଜନୈତିକ ନା ବ୍ୟବସାୟିକ ସ୍ୱାର୍ଥ ? କଣ ପାଇଁ ହତ୍ୟା କରାଯାଇଛି । ଏହା ଜାଣିବାର ଅଧିକାର ଓଡିଶାବାସୀଙ୍କ ରହିଛି ।

ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି କ୍ରାଇମବ୍ରାଞ୍ଚର ପାଷ୍ଟ ରେକର୍ଡ ଭଲ ନାହିଁ । ନବ ଦାସ ହାତ୍ୟକାଣ୍ଡରେ ଗୋପାଳ ଦାସ ପାଖରେ କ୍ରାଇମବ୍ରାଞ୍ଚ ତଦନ୍ତ ଘୁରି ବୁଲୁଛି । ଦ୍ଵିତୀୟ ବ୍ୟକ୍ତି କାହାକୁ ତଦନ୍ତ ପରିସରକୁ ନେଉ ନାହିଁ । ତେଣୁ ବିଜେପିର ସନ୍ଦେହ ହେବା ସ୍ୱାଭାବିକ । ଆମେ ରାଜନୀତି କରୁନାହୁଁ । ପ୍ରକୃତ ହତ୍ୟାକାରୀ ଜାଣିବା ପାଇଁ ଓଡିଶାବାସୀ ଡିମାଣ୍ଡ କରୁଛନ୍ତି । ତ ରାଜନୀତି ହେଲା କେମିତି ? ଯଦି ପ୍ରକୃତ ହତ୍ୟାକାରୀକୁ ବାହାର କରିବାକୁ ଚାହିଁବେ ନାହିଁ ତେବେ ଆମର କିଛି କହିବାର ନାହିଁ । ନବ ଦାସ ସାଧାରଣ ଲୋକ ନଥିଲେ, ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଥିଲେ । ଆମର ଅଧିକାର ଅଛି ଏକଥା ଅଧିକାର ଅଛି ସତ୍ୟାସତ୍ୟ ବାହାର କରିବାକୁ । ସିବିଆଇ ତଦନ୍ତ ଆମର ଦାବି, ଆମେ କୌଣସି ରାଜନୀତି କରୁନାହୁଁ ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ । ବିଧାନସଭା ବାହାରେ ପ୍ରେସମିଟ କରିଛନ୍ତି ଦୀପାଲି ଦାସ । ସେ କହିଛନ୍ତି ବାପାଙ୍କ ମୃତ୍ୟୁକୁ ନେଇ ରାଜନୀତି କରନ୍ତୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଓ ଭରସା ଅଛି, ଆମକୁ ନ୍ୟାୟ ନିଶ୍ଚିତ ମିଳିବ । କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ରହିଛି । ଏପରିକି ଭଲ ଜଜଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ