Masthead

ପପୁ ପମପମଙ୍କୁ ପଥର ମାଡ଼ ଘଟଣା, ପ୍ରତ୍ୟକ୍ଷଦର୍ଶୀଙ୍କ ତଣ୍ଟିକାଟି ଦେଲେ ଅଭିଯୁକ୍ତ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ):  ଜାଗର ଯାତ୍ରା ବେଳେ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ଼ ଘଟଣା । ଯୁବକଙ୍କୁ ଚିହ୍ନଟ କରିବା କାଳ ହେଲା। ପ୍ରତ୍ୟକ୍ଷଦର୍ଶୀଙ୍କ ତଣ୍ଟିକାଟି ଦେଲେ ପଥରମାଡ଼ କରିଥିବା ବ୍ୟକ୍ତି । ଚିହ୍ନଟ କରିଥିବା ବ୍ୟକ୍ତିଙ୍କୁ ଡାକି ବେକ କାଟି ଦେବା ସହ ମୁଣ୍ଡରେ ଏକ ପଥର ଛେଚି କୂଅରେ ପକାଇ ଦେଇଥିଲେ। ଆକ୍ରମଣର ଶିକାର ବ୍ୟକ୍ତିଜଣକ କରୁଛନ୍ତି ମରଣ ସହ ସଂଘର୍ଷ । ଏବେ ଆକ୍ରମଣକାରୀ ଫେରାର ହୋଇ ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଘଟିଛି। ଗୁରୁତର ଆହାତ ହୋଇଥିବା ବ୍ୟକ୍ତି ଗଞ୍ଜମ ଜିଲ୍ଲା ଚିକିଟି ବ୍ଲକ ସୁରଳ ଗ୍ରାମର ଗୋପାଳ ବେହେରା ।

ସୂଚନା ଅନୁସାରେ ସୁରଳ ଗ୍ରାମରେ ଜାଗରଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରଖ୍ୟାତ ଓଡ଼ିଆ ହାସ୍ୟାଭିନେତା ପପୁ ପମପମ ଅତିଥି ହୋଇ ଆସିଥିବା ବେଳେ ଦେଖା ଦେଇଥିଲା ବିଶୃଙ୍ଖଳା। ପପୁଙ୍କ ମଞ୍ଚ ଉପରକୁ ପଥର ମାଡ଼ ହୋଇଥିଲା। ଏହି ଘଟଣାରୁ ପପୁ ପମପମ ଅଳ୍ପକେ ବର୍ତ୍ତି ଯାଇଥିବା ମଞ୍ଚ ଉପରେ ବସିଥିବା ଅନ୍ୟ ଜଣେ ଯୁବକଙ୍କ ଦେହରେ ପଥର ବାଜିଥିଲା। ସୁରକ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇଥିଲେ।

ପପୁ ପମପମଙ୍କ ଉପରକୁ ଟେକା ମାଡ଼ କରିଥିବା ଟୁନା ବେହେରାଙ୍କୁ ପୂଜା କମିଟି ରେ ଥିବା ଗୋପାଳ ବେହେରା ଚିହ୍ନଟ କରି ଦେଇଥିଲେ। ଗାଁରେ କାଳେ ନାଁ ପ୍ରଘଟ କରିଦେବେ ସେଥିପାଇଁ ଟୁନା ଘରେ ଥିବା ଗୋପାଳଙ୍କୁ ଡାକି ଆଣିଥିଲେ। ଏହାପରେ ରାତି ଅନ୍ଧାରରେ ତାଙ୍କ ବେକ କାଟିବା ସହ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲ। କାଳେ ଗୋପାଳ ବଞ୍ଚିଯିବେ ଭାବି ତାଙ୍କୁ ଏକ କୂଅ ଭିତରକୁ ଠେଲି ଫେରାର ହୋଇ ଯାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼