Masthead

ମା’-ଝିଅ ୩ଦିନ ଜଗିଲେ ଶବ

ଖଇରପୁଟ (ବଡ଼ ଖବର ବ୍ୟୁରୋ): ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତର ତାଗାବେଡ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗତ ବୁଧବାର ଉକ୍ତ ଗ୍ରାମର ଶଙ୍କର ମୁଦୁଲି(୫୫) ନିଜ ଚାଷଜମିକୁ ଫସଲ ଜଗିବା ପାଇଁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ଆଉ ଘରକୁ ଫେରି ନଥିଲେ। ଶଙ୍କରଙ୍କ ପତ୍ନୀ ଶୁକ୍ରୀ ଏବଂ ଝିଅ ବୁଦାଇ ଅନେକ ଖୋଜା ଖୋଜି କରି ଜମି ନିକଟରେ ମୃତ୍ୟୁ ଅବସ୍ଥାରେ ଶଙ୍କରଙ୍କୁ ପାଇଥିଲେ। ତାଙ୍କ ଶରୀରରେ ତୀରର ଆଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତେବେ କେହି ହତ୍ୟା କରି ଥିବାର ଗ୍ରାମବାସୀ ସନ୍ଦେହ କରୁଛନ୍ତି । ନିଜ ନିଜ ଜୀବନ ପ୍ରତି ଭୟ ରହିଥିବା ଯୋଗୁ କେହି ସାହାଯ୍ୟ ସହଯୋଗ କରିବାକୁ ଆସି ନଥିଲେ। ସ୍ତ୍ରୀ ଶୁକ୍ରୀ ଏବଂ ଝିଅ ବୁଦାଇଙ୍କ ଆକୁଳ ନିବେଦନକୁ କେହି ଶୁଣି ନ ଥିଲେ। ଯାହା ଫଳରେ ଶୀତ ଏବଂ କାକର ରାତିରେ ଉଭୟ ମା’ ଏବଂ ଝିଅ ୩ଦିନ କାଳ ଶବକୁ ଜଗି ରହିଥିଲେ। ଏହି ଭଳି ଦାରୁଣ ମାନବିକତାହୀନ କାର୍ଯ୍ୟକୁ ସମେସ୍ତ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟର ହାତ ନ ବଢ଼ାଇବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ। ୩ ଦିନ ପରେ କିଛି ଗ୍ରାମବାସୀଙ୍କ ସହାୟତାରେ ମା’ ଏବଂ ଝିଅ ଶଙ୍କରଙ୍କ ଶବକୁ ପୋଡ଼ି ଥିଲେ। କିନ୍ତୁ ଏହି ହୃଦୟ ବିଦାରକ ଘଟଣା ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା