Masthead

ପୂର୍ବତନ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ):  ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ଏକ ଲକ୍ଷର ଜରିମାନା । ୨୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ ଶୁଣାଣି କରିଛନ୍ତି କୋର୍ଟ । ଏହି ରାଶି ପୀଡ଼ିତାଙ୍କୁ ପ୍ରଦାନ କରାଯିବ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ନାଗୌର ଜିଲ୍ଲାର ମକରାନାରରେ । ଘଟଣା ଘଟିବା ସମୟରେ ପୂର୍ବତନ ବିଧାୟକଙ୍କ ବୟସ ୬୬ ବର୍ଷ ହୋଇଥିବା ବେଳେ ମହିଳାଙ୍କର ବୟସ ୨୨ ବର୍ଷ ଥିଲା ।

ସୂଚନା ଅନୁସାରେ ରାଜସ୍ଥାନର ନାଗୌର ଜିଲ୍ଲାର ମକରାନାର ପୂର୍ବତନ ବିଧାୟକ ଭୱଁରଲାଲ ରାଜପୁରୋହିତଙ୍କୁ ୧୦ ବର୍ଷର ଜେଲଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ । ଏକ ପୁରୁଣା ଦୁଷ୍କର୍ମ ମାମଲାରେ ରାଜପୁରୋହିତଙ୍କୁ ୧୦ ବର୍ଷର ଜେଲଦଣ୍ଡ ସହିତ ୧ ଲକ୍ଷ ଟଙ୍କାର ଜରିମାନା ଆଦେଶ ହୋଇଛି । ଏହି ଶୁଣାଣି ସମୟରେ ୮୬ ବର୍ଷୀୟ ପୂର୍ବତନ ବିଧାୟକ କୋର୍ଟରେ ଉପସ୍ଥିତ ଥିଲେ । ହ୍ୱିଲଚେୟାରରେ ବସାଇ ତାଙ୍କୁ କୋର୍ଟକୁ ଅଣାଯାଇଥିଲା । ତେବେ ମକରାନା ଏଡିଜେ କୋର୍ଟଙ୍କ ନିଷ୍ପତ୍ତି ପରେ ରାଜପୁରୋହିତଙ୍କୁ ପୋଲିସ ଗିରଫ କରିଥିଲା । ମେଡିକାଲ ଟେଷ୍ଟ କରିବା ପରେ ତାଙ୍କୁ ପରବତସର ଜେଲକୁ ପଠାଇ ଦିଆଯିବ ।

ଗତ ୨୦୦୨ ମସିହା ମେ ୧ରେ ରାଜପୁରୋହିତଙ୍କ ବିରୋଧରେ ମକରାନା ଥାନା ମନାନା ଗ୍ରାମର ଜଣେ ମହିଳା ଦୁଷ୍କର୍ମ ମାମଲା ଦାୟର କରିଥିଲେ । ବର୍ତ୍ତମାନ ରାଜପୁରୋହିତଙ୍କୁ ୮୬ ବର୍ଷ ହୋଇଥିବା ବେଳେ ପୀଡ଼ିତ ମହିଳାଙ୍କୁ ୪୩ ବର୍ଷ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ