Masthead

ଭାରତ-ଚାଇନା କୂଟନୈତିକ ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସୀମା ବିବାଦକୁ ନେଇ ଭାରତ-ଚୀନ ଆଲୋଚନା । ପୂର୍ବ ଲଦାଖର ଏଲଏସି ସ୍ଥିତିକୁ ନେଇ ଭାରତ ଓ ଚୀନ ମଧ୍ୟରେ ବୁଧବାର କୂଟନୈତିକ ଆଲୋଚନା ହୋଇଛି । ଆଲୋଚନା ବେଳେ ସୀମାର ସ୍ଥିତି ସମ୍ପର୍କରେ ଉଭୟ ଦେଶ ସମୀକ୍ଷା କରିଥିଲେ । ଏଥିସହ ମୁକ୍ତ ଓ ନିରପେକ୍ଷ ଭାବେ ସୀମାର ବିଭିନ୍ନ ସ୍ଥାନରେ ଦୁଇ ଦେଶ ମୁତୟନ କରିଥିବା ସେନା ପ୍ରତ୍ୟାହାର ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ସୀମା ସ୍ଥିତି ସମ୍ପର୍କରେ ପୁଣିଥରେ ବରିଷ୍ଠ କମାଣ୍ଡର୍ସ ସ୍ତରୀୟ ଆଲୋଚନା ପାଇଁ ମଧ୍ୟ ଉଭୟ ଦେଶ ରାଜି ହୋଇଥିବା ଜଣାପଡ଼ିଛି। ସୀମାରେ ତିକ୍ତତା ଯୋଗୁ ଭାରତ ଓ ଚାଇନା ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଭଟା ସୃଷ୍ଟି ହୋଇଛି।

ପୁନଃ କାର୍ଯ୍ୟକ୍ଷମ କରିବା ଓ ଶାନ୍ତି ବଜାୟୀ ରଖିବା ପାଇଁ ଉଭୟ ଦେଶ ଉଦ୍ୟମ କରିବେ ବୋଲି ବୈଠକ ବେଳେ ନିଷ୍ପତ୍ତି ହୋଇଛି। ସୀମାରୁ ଡିସଏନଗେଜମେଣ୍ଟ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ୨୦୧୯ ପରେ ପ୍ରଥମଥର ପାଇଁ କୂଟନୀତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି। ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଗୋଟିଏ ଟିମ ବେଜିଂ ଯାଇ ଆଲୋଚନା କରିଛି। ୨୦୨୦ ଏପ୍ରିଲ-ମେ’ରେ ଦୁଇ ଦେଶ ମଧ୍ୟରେ ସାମରିକ ତିକ୍ତତା ଦେଖାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ