ଏସଏନ ଶୁକ୍ଲାଙ୍କ ପିଛା ଛାଡୁନି ସିବିଆଇ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୂର୍ବତନ ବିଚାରପତି ଏସଏନ ଶୁକ୍ଲାଙ୍କ ବିରୋଧରେ ଦୁର୍ନୀତି ମାମଲା । ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଏସଏନ ଶୁକ୍ଲା ଏବଂ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା ବା ସିବିଆଇ ଏହି ମାମଲା ରୁଜୁ କରିଛି । ଆୟ ଠାରୁ ୨.୪୫ କୋଟି ଟଙ୍କାରୁ ଅଧିକ ଅର୍ଜନ କରିଥିବା ନେଇ ସିବିଆଇ କହିଛି । ବିଚାରପତିଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହେବା ଏହା ଦ୍ୱିତୀୟ ଘଟଣା । ପୂର୍ବରୁ ଏକ ମେଡିକାଲ କଲେଜ ସପକ୍ଷେରେ ନିଷ୍ପତ୍ତି ଶୁଣାଇଥିବାରୁ ତାଙ୍କ ବିରୋଧରେ ମାମଲା ହୋଇଥିଲା । ୨୦୧୯ ଡିସେମ୍ବରରେ ମାମଲା ରୁଜୁ ହୋଇଥିଲା । ୨୦୧୪ ମସିହାରୁ ୨୦୧୯ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଥିବା ସମୟରେ ଆୟ ଠାରୁ ଅଧିକ ଟଙ୍କା କମାଇବା ନେଇ ମାମଲା ରୁଜୁ ହୋଇଥିଲା । ଏବେ ପୁଣି ଥରେ ଉଭୟ ଦମ୍ପତିଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ ହୋଇଛି । ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ