Masthead

ସୁରକ୍ଷା ବଳୟରେ ବିଧାନସଭା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଜଗିବେ ୩୫ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର । ମୁତୟନ ରହିବେ କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍, ସ୍ପେସାଲ ଟାକ୍ଟିକାଲ୍ ୟୁନିଟ୍ । ବିଧାନସଭା ଚାରିପଟ ନୋ ମ୍ୟାନ୍ସ ଲ୍ୟାଣ୍ଡ ଏରିଆ ଘୋଷିତ କରଯାଇଛି । ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। କାଲି ପୁଲିସ ଡିଜି ଅଭୟ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇନଶୃଙ୍ଖଳା ଏଡିଜି, ଡିସିପି ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି।

ବିଧାନସଭା ଅଧିବେଶନ ସମୟରେ ଆତଙ୍କବାଦ କାର୍ଯ୍ୟକଳାପ ଭଳି ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ(ଓସାଫ୍), ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍(ଏସଟିୟୁ), କୁଇକ୍ ରିଆକ୍ସନ ଟିମ୍, କାଉଣ୍ଟର ଟେରରିଷ୍ଟ ସ୍କ୍ବାଡ୍(ସିଟିଏସ୍) ପ୍ରମୁଖ ସଜାଗ ରହିବେ। ଏହା ସହ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ୍ ମଧ୍ୟ ରହିବେ।

ବିଶେଷ କରି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରୁଥିବା ଲୋକଙ୍କୁ ଜଗିବା ପାଇଁ ସାଧା ପୋଷାକଧାରୀ ପୁଲିସ ମୁତୟନ ରହିବେ। ସେମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ଉଭୟ ପୁଲିସର ଗୁଇନ୍ଦା ଓ ସ୍ପେଶାଲ ବ୍ରାଞ୍ଚ କର୍ମଚାରୀ ସତର୍କ ରହିବେ। ନୋ ମ୍ୟାନ୍ସ ଲ୍ୟାଣ୍ଡ ଏରିଆରେ ଯେଉଁମାନେ ଯିବାକୁ ଉଦ୍ଦିଷ୍ଟ ସେମାନଙ୍କର ପରିଚୟପତ୍ର ଯାଞ୍ଚ କରି ଛଡ଼ାଯିବ ବୋଲି ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ