Masthead

କଂଗ୍ରେସରୁ ଇସ୍ତଫା ଦେଲେ ସିଆର କେଶବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଲେ ସିଆର କେଶବନ । ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି. ରାଜଗୋପାଳଳଚାରୀଙ୍କ ଅଣନାତି ସି.ଆର କେଶବନ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କେଶବନ ତାଙ୍କର ଇସ୍ତଫା ବାବଦରେ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି, ପାର୍ଟି ମୋତେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କିଛି ସମର୍ପଣ ନେଇ କାର୍ଯ୍ୟ କରିବାକୁ ପ୍ରେରିତ କରିଆସିଥିଲା । ମାତ୍ର ଗତ କିଛି ସମୟ ଧରି ଉକ୍ତ ମୂଲ୍ୟର କୌଣସି ଅବଶେଷ ଦେଖିବାକୁ ମିଳିନଥିଲା । ଏହି କାରଣରୁ ନିକଟରେ ରାଷ୍ଟ୍ରୀୟ ସ୍ତରର ଏକ ସାଙ୍ଗଠନିକ ଦାୟିତ୍ୱକୁ ମୁଁ ପ୍ରତ୍ୟାଖାନ କରିଦେଇଥିଲି ।

ଏପରିକି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼େ ଯାତ୍ରାରେ ମଧ୍ୟ ସାମିଲ ହୋଇନଥିଲି । ସେ ୨୦୦୧ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ଏବେ ଦଳରେ ମୂଲବୋଧର ଅବକ୍ଷୟ ଘଟିଥିବାରୁ ସେ କଂଗ୍ରେସକୁ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ କେଶବନ କେମିତି ବିଦେଶରୁ ଆସି ୨୦୦୧ରେ କଂଗ୍ରେସରେ ଯୋଗ ଦେଇଥିଲେ ସେ କଥା କହିଛନ୍ତି। କେଶବନ କହିଛନ୍ତି, “ଜାତୀୟ ପରିର୍ତ୍ତନର ନୀତି ଓ ଆଦର୍ଶରେ ପରିଚାଳିତ ହେଉଥିବା ଦେଖି ମୁଁ ୨୦୦୧ରେ କଂଗ୍ରେସ ଯୋଗ ଦେଇଥିଲି। କଂଗ୍ରେସ ପାଇଁ ଦୀର୍ଘ ବର୍ଷ ଧରି କାମ ମଧ୍ୟ କରିଛି।

ବର୍ତ୍ତମାନ ମୋ ପାଇଁ ଏକ ରାସ୍ତା ନିର୍ଣ୍ଣୟ କରିବାର ସମୟ ଆସିଯାଇଛି । ଏଥିପାଇଁ ମୁଁ ତ୍ୱରିତ ଭବେ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୁଁ ଅନ୍ୟ ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ସୃଷ୍ଟି ହେବ । ମାତ୍ର ସେଚ୍ଚୋଟ ଭାବେ କହିବାକୁ ଗଲେ ଏ ବାବଦରେ କାହା ସହ ମୋର କିଛି ଆଲୋଚନା ହୋଇନାହିଁ । ଆଗକୁ କ’ଣ ଘଟିବ ତାହା ମୁଁ ବି ଜାଣିନାହିଁ । ବର୍ଷ ବର୍ଷ ଧରି ମୋତେ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ଦଳ ଓ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି