Masthead

ବିଜେପିରେ ମିଶିଲେ ଆପ୍ କାଉନସିଲର୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମେୟର ନିର୍ବାଚନ ପରେ ଆପ୍‌କୁ ଝଟକା ଲାଗିଛି । ଦଳ ଛାଡ଼ି ବିଜେପିରେ ମିଶିଲେ କାଉନସିଲର । ଦିଲ୍ଲୀ ମେୟର ଓ ଡେପୁଟି ମେୟର ସହ ଏମସିଡିକୁ ଦଖଲ କରିଥିବା କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟିକୁ ଝଟକା ଲାଗିଛି। ମେୟର ନିର୍ବାଚନର ପରେ ଆପ ଟିକେଟରେ ଏମସିଡି ନିର୍ବାଚନ ଜିତିଥିବା କାଉନସିଲର ପବନ ସେରାୱତ ଆଜି ଦଳ ବଦଳ କରିଛନ୍ତି। ଆପ୍‌କୁ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଆପରେ ଚାଲିଥିବା ଦୁର୍ନୀତି ଯୋଗୁ ସେ ଅଣନିଃଶ୍ୱାସୀ ହୋଇ ଯାଇଥିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ବୱାନାରୁ ଜିତିଥିବା ଏହି ଆପ୍‌ କାଉନସିଲରଙ୍କୁ ବିଜେପିର ଦିଲ୍ଲୀ ୟୁନିଟ ଅଫିସରେ ଦଳର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ସଚଦେବା ଓ ସାଧାରଣ ସମ୍ପାଦକ ହର୍ଷ ମଲହୋତ୍ରା ସ୍ୱାଗତ କରିଛନ୍ତି। ଉତ୍ତରୀୟ ସହ ମିଠା ଖୁଆଇ ଉଭୟ ପବନଙ୍କୁ ବିଜେପି ସଦସ୍ୟତା ପ୍ରଦାନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା