Masthead

ବଜେଟରେ କୃଷିକୁ ଗୁରୁତ୍ୱ, ମିଳିଲା ୨୪ହଜାର ୮୨୯ କୋଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି ବଜେଟରେ ମୋଟ ୨୪ ହଜାର ୮୨୯ କୋଟିର ବ୍ୟୟବରାଦ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ହୋଇଥିବା ବେଳେ ୨୦୧୬-୧୭ଆର୍ଥିକ ବର୍ଷ ତୁଳନାରେ ଏହା ୩ ଗୁଣ ଅଧିକ ରହିଛି । ରାଜ୍ୟରେ ଥିବା ଗରିବ ଶ୍ରେଣୀର ଲୋକେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନହୁଅନ୍ତି ସେହି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ଚଳିତ ଆର୍ଥିକ ବର୍ଷରେ ଧାନ ସଂଗ୍ରହ କାର୍ୟ୍ୟକ୍ରମ ପାଇଁ ୨ ହଜାର କୋଟି ଟଙ୍କାର ରିଭଲଭିଙ୍ଗ ଫଣ୍ଡର ବ୍ୟବସ୍ଥା କରାଯାଇଛି ।

ରାଜ୍ୟର ୩୦ ଜିଲ୍ଲାରେ ଧାନ ସଂଗ୍ରହ ଜାରିରହିଥିବା ବେଳେ ପଶ୍ଚିମ ଓଡିଶାରେ ପ୍ରମୁଖ ଯୋଗଦାନ ରହିଛି । ତେଣୁ ଏହି ପାଣ୍ଠିର ଟଙ୍କାର ମୁଖ୍ୟ ହିତାଧିକାରୀ ହେବେ ଚାଷୀ ଏବଂ ତାଙ୍କ ଜୀବିକା ଉପାର୍ଜନରେ ଏହା ସହାୟକ ହେବ ।ଏଥିସହ କାଳିଆ ଯୋଜନା ପାଇଁ ୧ ହଜାର ୮ ସହ ୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓୟୁଏଟିରେ କୃଷି ଗବେଷଣା ଶିକ୍ଷା ଓ ଭିତ୍ତି ଭୂମି ବିକାଶ ପାଇଁ ୧ ସହ ୬୬ କୋଟି ଟଙ୍କା ବ୍ୟବରଦା କରାଯାଇଛି । ଉଦ୍ୟାନ କୃଷି ବିକାଶ ପାଇଁ ୩ ସହ ୮୧ କୋଟି ଓ ଜାତୀୟ ଉଦ୍ୟାନ କୃଷି ପାଇଁ ୧ ସହ ୨୧ କୋଟି ଟଙ୍କା ବ୍ୟୟବରଦା ହୋଇଛି ।

ସେହିପରି ବାଣିଜ୍ୟ କୃଷି ଉଦ୍ୟୋଗ ପ୍ରତିଷ୍ଠା ଏବଂ କୃଷି ଉପକରଣ ପାଇଁ ୩ ସହ ୮୮ କୋଟି ଟଙ୍କା ବ୍ୟବରଦା କରାଯାଇଛି । ଜଳନିଧି ଯୋଜନା ସୌର ଜଳନିଧି ଯୋଜନା ରୂପରେଖ ପୁନଃ ରୂପାୟନ କରାଯାଇଛି । ଏଥିପାଇଁ ୨ ସହ ୫୦ କୋଟି ଓ କ୍ଷୁଦ୍ର ଜଳ ସେଚନ ପାଇଁ ୪୫ କୋଟି ଟଙ୍କାର ବ୍ୟୟବରାଦା କରାଯାଇଛି । ସେହିପରି କୃଷି ବିକାଶ ଯୋଜନାରେ ୩ ସହ ୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷି କ୍ଷେତ୍ର ରେ ମହିଳା ସଶକ୍ତିକରଣ -ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୫ ବର୍ଷ ମଧ୍ୟରେ ଖର୍ଚ୍ଚ ପାଇଁ ୩ ସହ ୬୭ କୋଟି । ସେହିପରି ଛତୁ ମିଶନ ଓ ଫୁଲ ଚାଷ ମିଶନ ଅଧୀନ ରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୯ ଜିଲ୍ଲା ର ୫୦ ବ୍ଲକ ରେ ଓଡ଼ିଶା ପଣସ ମିଶନ ପାଇଁ ୯ କୋଟି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା