Masthead

ରାଜନୈତିକ ଉତ୍ତରାଧିକାରୀ ବାଛୁଛନ୍ତି ଭେଟେରାନ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ଅନେକ ନୂଆ ମୁହଁ । ବରିଷ୍ଠଙ୍କ ସ୍ଥାନରେ ସେମାନଙ୍କର ଉତ୍ତରାଧିକାରୀ ହେବେ ପ୍ରାର୍ଥୀ । ଏଥିପାଇଁ ହୁଏତ ଦଳବଦଳ ନୀତିକୁ ବରିଷ୍ଠମାନେ ଅପଣାଇ ପାରନ୍ତି । ପିପିଲି, ତିର୍ତ୍ତୋଲ, ଧାମନଗର , ବାଲେଶ୍ୱର ସଦର, ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରୁ ସ୍ପଷ୍ଟ ହେଲା ଷ୍ଟାଣ୍ଡିଂ ବିଧାୟକ ମାନଙ୍କର ଉତ୍ତରାଧିକାରୀ ହୋଇଛନ୍ତି ସେମାନଙ୍କ ପୁଅ, ଝିଅ ଓ ସ୍ତ୍ରୀ । ୨୦୨୪ରେ ଏମାନେ ପ୍ରାୟତଃ ନିର୍ବାଚନ ମଇଦାନକୁ ଆସିପାରନ୍ତି । ନବ ଦାସଙ୍କ ମୃତୁ୍ୟପରେ ତାଙ୍କ ଝିଅ ଦୀପାଲି ଗୋଡ ଟେକି ବସିଛନ୍ତି । ସଂକେତ ମିଳିବା ମାତ୍ରେ ରାଜନୀତି ମୈଦାନକୁ ଡେଇଁବେ ।

ଭେଟେରାନ୍ କଂଗ୍ରେସ ନେତା ସୁର ରାଉତରାୟ ତାଙ୍କ ଦୁଇ ପୁଅଙ୍କ ପାଇଁ ରାସ୍ତା ପରିଷ୍କାର କରିସାରିଲେଣି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ରାଜନୀତିକୁ ଆସିବା ପାଇଁ ମନୋବଳାଇଲେଣି । ଭେଟେରାନ୍ ରାଜନୀତିଜ୍ଞ ବିଜୟ ତାଙ୍କ ପୁଅଙ୍କୁ ଉତ୍ତରାଧିକାରୀ ଭାବେ ବାଛି ସାରିଲେଣି । ବିଭିନ୍ନ ସଭା ସମିତିରେ ଏବେ ତାଙ୍କୁ ଦେଖିବାକୁ ମିଳୁଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଦେବୀ ମିଶ୍ର ସେମାନଙ୍କ ଉତ୍ତରାଧିକାରୀ ବାଛିସାରିଛନ୍ତି ।

ଏହି ଦୁଇ ନେତା ରାଜନୀତିରୁ କେବେ ଅବସର ନେବେ ସେମାନଙ୍କୁ ଜଣା । ମାତ୍ର ସେମାନଙ୍କର ପୁଅମାନେ ନିର୍ବାଚନ ପରିଚାଳନା ଠାରୁ ଆରମ୍ଭ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି । ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ସକ୍ରିୟ ରାଜନୀତିରେ ଅଛନ୍ତ । ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ ସାମଲ, ଅନନ୍ତ ଦାସ, ଜିତୁ ମିତ୍ର, ନରସିଂହ ମିଶ୍ରଙ୍କ ଭଳି ବୈୟଜେଷ୍ଠଙ୍କ ଭଳି ନେତାମାନେ ସେମାନଙ୍କ ଉତ୍ତରାଧିକାରୀ କିଏ ହେବ ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ