Masthead

ଆତିଶି ଆପର ଖଳନାୟିକା: ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ରଣକ୍ଷେତ୍ର ପାଲଟିଥିଲା ଏମସିଡି ସଭାଗୃହ । ମାରପିଟରେ ବିଜେପିର ଜଣେ କାଉନସିଲର ଆହତ ହୋଇଥିବା ଦଳ ପକ୍ଷରୁ ଦାବି କରାଯାଇଛି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ମାରପିଟ ଘଟଣା ପାଇଁ ବିଜେପି ସୋଶାଲ ମିଡିଆରେ ଆମ ଆଦମୀ ପାର୍ଟିର ନେତ୍ରୀ ଆତିଶିଙ୍କୁ ଦାୟୀ କରିଛି। ଆତିଶିଙ୍କ ପାଇଁ ଏମସିଡି ସଭାଗୃହରେ ସବୁ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ଦଳ ଅଭିଯୋଗ କରିଛି।

ଏନେଇ ବିଜେପି ପକ୍ଷରୁ ଆତିଶିଙ୍କ ଗୋଟିଏ ଫିଲ୍ମ ଭଳି ପୋଷ୍ଟର ଜାରି କରାଯାଇଛି। ଏଥିରେ ମେୟର ଶେଲୀ ଓବାୟଙ୍କ ଫଟୋ ମଧ୍ୟ ରହିଛି। ଏମସିଡିରେ ଯାହା ବି ଘଟୁଛି, ତାହା ଗୋଟିଏ ପ୍ରାୟୋଜିତ ଫିଲ୍ମ ବୋଲି ଦଳ କହିଛି। ଉକ୍ତ ପୋଷ୍ଟରକୁ ଶେୟାର କରି ଦଳ ଲେଖିଛି ଯେ “ଆପର ଖଳନାୟିକା, ଯିଏ ଏମସିଡି ସଭାଗୃହରେ ବିଶୃଙ୍ଖଳା ସୃଷ୍ଟିର କାରଣ।”

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ