Masthead

ଇନ୍ଦୋର ଟେଷ୍ଟ ଖେଳିବେନି କମିନ୍ସ, ଅଧିନାୟକ ହେବେ ଷ୍ଟିଭ ସ୍ମିଥ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଇନ୍ଦୋରରେ ମାର୍ଚ୍ଚ ପହିଲାରୁ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ଖେଳିବେନାହିଁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ । ନିଜର ବ୍ୟକ୍ତିଗତ କାରଣ ପାଇଁ ସେ ସ୍ୱଦେଶ ଫେରିଥିଲେ, କିନ୍ତୁ ତାଙ୍କ ମା’ ଗୁରୁତର ଅସୁସ୍ଥ ଥିବାରୁ କମିନ୍ସ ଅଷ୍ଟ୍ରେଲିଆରେ ଆଉ କିଛି ଦିନ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କମିନ୍ସଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ଭାର ଉପ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ସମ୍ଭାଳିବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ସୂଚନା ଦେଇଛି । ୨୦୨୧ରେ କମିନ୍ସ ଅଧିନାୟକ ଦାୟିତ୍ବ ନେବା ପରେ ସ୍ମିଥ୍ ତୃତୀୟ ଥର ଲାଗି ଅଷ୍ଟ୍ରେଲିଆର କାମଚଳା ନେତୃତ୍ବ ନେବେ। ଚତୁର୍ଥ ତଥା ଶେଷ ଟେଷ୍ଟ୍ ମାର୍ଚ୍ଚ ୯ରୁ ଅହମଦାବାଦରେ ଆରମ୍ଭ ହେବ।

ତେବେ ଚତୁର୍ଥ ଟେଷ୍ଟ ପୂର୍ବରୁ କମିନ୍ସ ଦଳ ସହ‌ ଯୋଗ ଦେବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି । କମିନ୍ସ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ମଧ୍ୟ ଅଧିନାୟକ ରହିଛନ୍ତି । ମା’ ଅସୁସ୍ଥ ଥିବାରୁ ଏହି ସମୟରେ କମିନ୍ସ ପରିବାର ସହ ରହିବେ ବୋଲି କହିଛନ୍ତି । ଏଥିସହ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ‌ସାଥୀ ଖେଳାଳିମାନଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି କମିନ୍ସ । ଅନ୍ୟପଟେ ଆଙ୍ଗୁଠି ଆଘାତ ଜନିତ ସମସ୍ୟା ଲାଗି ପ୍ରଥମ ଦୁଇ ଟେଷ୍ଟ୍ ଖେଳିପାରିନଥିବା ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କ୍ୟାମେରନ ଗ୍ରିନ୍ ସୁସ୍ଥ ହୋଇଛନ୍ତି। ତେଣୁ ତୃତୀୟ ଟେଷ୍ଟ୍ ଖେଳିବାର ସମ୍ଭାବନା ରହିଛି। ଗ୍ରିନ୍ ଫେରିଲେ ଅଷ୍ଟ୍ରେଲିଆ ଦଳ ଆହୁରି ମଜଭୁତ ହେବ ବୋଲି କ୍ରିକେଟ ସମୀକ୍ଷକ ମାନେ ମତ ରଖିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି