Masthead

ଏହା ଅହଙ୍କାର ନୁହେଁ …କାହିଁକି ଏମିତି କହିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ…

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ଚାରି ଶଙ୍କରାଚାର୍ଯ୍ୟ ଏହି ସମାରୋହରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନିମନ୍ତ୍ରଣ ସତ୍ତ୍ୱେ ସେ ଅଯୋଧ୍ୟା କାର୍ଯ୍ୟକ୍ରମରେ କାହିଁକି ଯୋଗଦେବେ ନାହିଁ ନେ ନେଇ ନିଜ ମତ ରଖିଛନ୍ତି ପୁରୀର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ। ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରତିଷ୍ଠିତ ପରମ୍ପରାକୁ ପାଳନ ନ କରିବାରୁ ଏହି ସମାରୋହରେ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କର ନିଜସ୍ୱ ସମ୍ମାନ ରହିଛି। ଏହା ଅହଙ୍କାର ନୁହେଁ। ପ୍ରଧାନମନ୍ତ୍ରୀ ରାମ ଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବେ ସେତେବେଳେ ଆମେ ବାହାରେ ବସି ତାଳି ମାରିବୁ ଏହା ଆମଠାରୁ ଆଶା କରାଯାଏ କି? ଏକ ‘ଧର୍ମନିରପେକ୍ଷ’ ସରକାରଙ୍କ ଉପସ୍ଥିତି ପରମ୍ପରାର ବିନାଶର ଅର୍ଥ ନୁହେଁ। ଏହାପୂର୍ବରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଥିଲେ, ରାମଲାଲା ଶାସ୍ତ୍ରୀୟ ବିଧିବିଧାନରେ ପ୍ରତିଷ୍ଠିତ ହେଉନାହାଁନ୍ତି, ତେଣୁ ରାମ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗଦେବା ମୋ ପାଇଁ ଉପଯୁକ୍ତ ନୁହେଁ।

ନିମନ୍ତ୍ରଣ ଆସିଲା ଯେ ଆପଣ ଜଣେ ବ୍ୟକ୍ତିଙ୍କ ସହିତ ଉଦ୍‌ଘାଟନକୁ ଆସିପାରିବେ। ଆମନ୍ତ୍ରଣ କିମ୍ବା କାର୍ଯ୍ୟକ୍ରମ ସହିତ ଆମେ ସହମତ ନାହୁଁ। ପ୍ରାଣ ପ୍ରତିଷ୍ଠାପାଇଁ ଶୁଭ ସମୟକୁ ଧ୍ୟାନରେ ରଖିବା ଉଚିତ୍‌। କିଏ ମୂର୍ତ୍ତିକୁ ଛୁଇଁବା ଏବଂ କିଏ ନ ଛୁଇଁବା, ଏସବୁ ସ୍କନ୍ଦ ପୁରାଣରେ ଏହା ଲେଖାଯାଇଛି। ସେପଟେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶଙ୍କରାଚାର୍ଯ୍ୟମାନେ ଉପସ୍ଥିତ ନ ରହିବାକୁ ନେଇ ବିରୋଧୀ ଦଳ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳ ନେତାମାନେ କହିଛନ୍ତି ଯେ, ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଶଙ୍କରାଚାରର୍ଯ୍ୟମାନେ ମନା କରିଦେଇଛନ୍ତି। ଏକ ଅସମ୍ପୂର୍ଣ୍ଣ ମନ୍ଦିରରେ ପ୍ରଭୁଙ୍କର ପ୍ରାଣ ପ୍ରତିଷ୍ଠା ହେଉଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’