Masthead

୪ ଦିନ ଯାଏଁ ଲାଗି ରହିବ ଘନ କୁହୁଡ଼ି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟକୁ କଲବଲ କରୁଛି ଘନ କୁହୁଡି । ୫୦ ମିଟରକୁ କମିଲା ଦୃଶ୍ୟମାନ ଦୂରତା । ବଙ୍ଗୋପସାଗରରେ ସୃଷ୍ଟ ଗୁରୁଚାପ ବଳୟ ପାଇଁ ପ୍ରବାହିତ ହେଉଛି ସାମୁଦ୍ରିକ ପବନ । ଏହାରି ପ୍ରଭାବରେ ଆଜି ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଏବଂ ଗଞ୍ଜାମରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖାଦେବା ସହିତ ଦୃଶ୍ୟମାନ ଦୂରତା ୫୦ମିଟର ବା ତାଠାରୁ କମ ରହିଛି । ଆସନ୍ତା ୪ରୁ ଦିନ ପର୍ଯ୍ୟନ୍ତ ଏପରି ପାଗ ଜାରି ରହିବ । ସେପଟେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ବଢିବାରେ ଲାଗିଛି । ସ୍ୱାଭାବିକଠାରୁ ୫ଡିଗ୍ରୀ ଉପରେ ରହୁଛି ପାରଦ। ଆସନ୍ତା ୨ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ ।

ଉପକୂଳ ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ ୪ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। କିଛି ସ୍ଥାନରେ ତାପମାତ୍ରା ୩୮ ରୁ ୪୦ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଦୀର୍ଘ ଦିନ ହେବ ବର୍ଷା ନହେବା ଏବଂ ମାଟି ଶୁଷ୍କ ରହିବାରୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାର୍ଚ୍ଚ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ସ୍ଥିତି ସଂଗୀନ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ରହିଥିବା ବେଳେ ଭୁବନେଶ୍ୱର ସମେତ ଅନୁଗୁଳ, ମାଲକାନଗିରି, ଟିଟିଲାଗଡ, ସୋନପୁର, ବାରିପଦା ରେଡ୍ ମାର୍କରେ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା