ଚାଷୀ ପ୍ରସଙ୍ଗକୁ ନେଇ କକ୍ଷ ତ୍ୟାଗ କଲା ବିଜେପି, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଚାଷୀର ଆୟ ଦୁଇଗୁଣା ହେଲା କେମିତି। ୨୦୧୨-୧୩ରୁ ୨୦୧୮-୧୯ ଯାଏ ଜାତୀୟ ହାରକୁ ଦେଖିଲେ ଚାଷୀର ଆୟ ୬ ବର୍ଷ ଭିତରେ ୫୯ ପ୍ରତିଶତ ବଢିଛି। ୬୪୨୬ ଟଙ୍କାରୁ ୧୦୨୦୮ ଟଙ୍କା ଆୟ ବଢିଛି। କିନ୍ତୁ ଓଡ଼ିଶାରେ ଚାଷୀ ଆୟ ୪୯୭୬ ଟଙ୍କାରୁ ମାତ୍ର ବଢିଛି ୫୧୧୨ ଟଙ୍କାକୁ। ମାତ୍ର ୩ ପ୍ରତିଶତ ବଢିଛି। ଏଥିଲାଗି ଦାୟୀ କିଏ ।୨୦୧୪ ରୁ ୨୦୧୬ ଯାଏ ୪୮ ଚାଷୀ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ୨୦୧୭ରୁ ଆଜିଯାଏ ଗୋଟିଏ ଵି ଚାଷୀ ଆତ୍ମହତ୍ୟା କରିନାହାନ୍ତି ଵୋଲି ସରକାର କହୁଛନ୍ତି।

ଯାହାକି ଅସତ୍ୟ।ଵୌଦ ଧାନମଣ୍ଡିରେ ଚାଷୀ ଧରଣୀଧର ମେହେର ଟଳିପଡିଲେ। ମଣ୍ଡିରେ ଧାନ ନେଲେନାହିଁ। କିନ୍ତୁ ହୃଦଘାତରେ ମୃତ୍ୟୁ କହି ଏହି ଅଧ୍ୟାୟକୁ ବନ୍ଦ କରିଦିଆଗଲା। ଚାଷୀ ସମସ୍ୟା ଵାଵଦରେ ସରକାର ସମ୍ବେଦନଶୀଳ ନୁହନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ଚାଷୀ ପ୍ରସଙ୍ଗରେ ଗୃହରେ ମୁଲତବୀ ପ୍ରସ୍ତାବ ଉପରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଆସୋନ୍ତୋଷ ବ୍ୟକ୍ତ କରି କକ୍ଷ ତ୍ୟାଗ କଲେ ବିରୋଧୀ ବିଜେପି। ବିରୋଧୀଙ୍କ କକ୍ଷ ତ୍ୟାଗ ପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ 🔴 ୧୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ