Masthead

ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ; ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ଦିନ । ବିଜୟୀ ହେବାକୁ ଜୋରଦାର ଉଦ୍ୟମ କରିବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ପରାଜିତ ହେବାପରେ ଦ୍ୱିତୀୟ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଜୋରଦାର ଉଦ୍ୟମ କରିବ ଟିମ ଇଣ୍ଡିଆ । ଏଥି ପାଇଁ ପୁରା ପ୍ରସ୍ତୁତ ରହିଛି ପାଣ୍ଡ୍ୟା ବାହିନୀ । ଅନ୍ୟପଟେ ବିଜୟ ଧାରା ଜାରି ରଖିଥିବା ଘରୋଇ ଦଳ ୱେଷ୍ଟଇଣ୍ଡିଜ ଏହି ଦ୍ୱିତୀୟ ମ୍ୟାଚକୁ ଜିତିବା ପାଇଁ ଚେଷ୍ଟା ଜାରି ରଖିବ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।

କିନ୍ତୁ ପରେ ମାତ୍ର ୩୨ ରନ୍ ଭିତରେ ୫ଟି ୱିକେଟ୍ ହରାଇବାରୁ ପରାଜୟର ସାମ୍ନା କରିଥିଲା । ତେଣୁ ଆଜିର ମ୍ୟାଚ୍ ରେ ମିଡିଲ ଅର୍ଡରରେ ୱିକେଟ୍ ସମ୍ଭାଳି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ଉପଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କ ଖରାପ ପ୍ରଦର୍ଶନ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି । ସେପଟେ ଘରୋଇ ଟିମ୍ ଆଜିର ମ୍ୟାଚ୍ ଜିତି ସିରିଜ୍ ରେ ୨-୦ରେ ଲିଡ୍ କରିବାକୁ ଲକ୍ଷ୍ୟ ରଖିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା