Masthead

୯୧ ବର୍ଷରେ ପ୍ରେମରେ ପଡ଼ିଲେ ଡିଏଲଏଫ ଚେୟାରମ୍ୟାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ୫ବର୍ଷ ପରେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି ଏହି କୋଟିପତି ବ୍ୟବସାୟୀ ତଥା ଡିଏଲଏଫର ମାଲିକ । ଏକ ଜାତୀୟ ଗଣମାଧ୍ୟମରେ କୁଶାଲପାଲ ସିଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଖୁଲାସା କରିଛନ୍ତି । ଦେଶର ପ୍ରମୁଖ ବ୍ୟବସାୟୀ ତଥା ଡିଏଲଏଫ୍‌ ଚେୟାର୍‌ମ୍ୟାନ୍‌ କୁଶଲ ପାଲ ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡିଛନ୍ତି। ୨୦୧୮ରେ ସ୍ତ୍ରୀ କର୍କଟ ରୋଗରେ ମୃତୁ୍ୟବରଣ କରିଥିଲେ । ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଏକ ପ୍ରେମ ସାଥୀ ପାଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ କେପି ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ରହସ୍ୟ ପ୍ରକାଶ କରିଛନ୍ତି।

ସେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ନୂତନ ପ୍ରେମ କାହାଣୀ ସହିତ ତାଙ୍କ ବନ୍ଧନ ବିଷୟରେ ଅନେକ କଥା ଶେୟାର କରିଥିଲେ। କେପି ସିଂ କହିଛନ୍ତି, ସ୍ତ୍ରୀ ମୋର ସବୁ ଭଲ ସାଙ୍ଗ ଥିଲେ। ସେ କ୍ୟାନସର ରୋଗରେ ମୃତ୍ୟୁବରଣ କରିବା ପରେ ମୁଁ ଏକୁଟିଆ ରହିବାକୁ ପସନ୍ଦ କରିଥିଲି। ମୁଁ ସ୍ତ୍ରୀଙ୍କ ପରାମର୍ଶରେ ମାନି ଆଗକୁ ବଢୁଛି ଏବଂ ପୁଣି ଥରେ ପ୍ରେମ ପାଇଛି। ସେ କହିଛନ୍ତି, ମୋ ନୂଆ ସାଥୀଙ୍କ ନାମ ସିନା। ସାରା ବିଶ୍ୱରେ ତାଙ୍କର ଅନେକ ବନ୍ଧୁ ଅଛନ୍ତି। ସେ ସବୁ ପ୍ରକାର ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତି। ମୁଁ ସିନାଙ୍କ ସହ ସବୁଆଡେ ବୁଲିବାକୁ ଯାଏ। ଯେତେବେଳେ ବି ଜୀବନରେ କୌଣସି ପ୍ରକାରର ସମସ୍ୟା ଥାଏ, ସେ ସର୍ବଦା ସମର୍ଥନ କରନ୍ତ। ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ