ରାହୁଲଙ୍କ ଶୁଣାଣିରୁ ଦୂରେଇ ରହିବାକୁ ପ୍ରସ୍ତାବ ଦେଲେ ବି ଆର ଗାଭାଇ, ରାଜନୀତି ଓ ନ୍ୟାୟପାଳିକାର ସଂପର୍କକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧିଙ୍କ ଶୁଣାଣିରେ ଦୂରେଇ ରଖିବାକୁ କହିଲେ ଜଷ୍ଟିସ ବି ଆର ଗାଭାଇ । କଂଗ୍ରେସ ସହ ଭଲ ସମ୍ପର୍କ ଥିବାରୁ ମାମଲାରୁ ନିବୃତ ରଖିବାକୁ ଦେଇଛନ୍ତି ପ୍ରସ୍ତାବ । ଯାହାକୁ ନେଇ ବିଭିନ୍ନ ମହଲରେ କରାଯାଉଛି ଚର୍ଚ୍ଚା । ରାହୁଲ ଗାନ୍ଧିଙ୍କ ମାମଲାରେ ମତେ ଦୂରେଇ ରଖନ୍ତୁୁ । ମୋ ବାପା ଓ ଭାଇ କଂଗ୍ରେସରେ ସମ୍ପୃକ୍ତ ଥିଲେ । ଏହି କେସର ଶୁଣାଣିରେ ମତେ ଆପଣ ସାମିଲ କରିବାକୁ ଚାହୁଁଛନ୍ତି ନା ନାହିଁ? ଏଭଳି କିଛି ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଷ୍ଟିସ ବି ଆର ଗାଭାଇ ।

ମୋଦି ନାଁକୁ ନେଇ ହୋଇଥିବା ମାନହାନୀ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗୁଜୁରାଟ ସରକାର ଓ ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ରାହୁଲ ଗାନ୍ଧିଙ୍କ ଯାଚିକା ଉପରେ ଶୁଣାଣି କରୁଥିବା ବିଚାରପତି ବି ଆର ଗାଭାଇ ଏହି କେସରୁ ନିଜକୁ ଦୂରେଇ ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଗାଭାଇ କହିଛନ୍ତି, “ମୋ ବାପା କଂଗ୍ରେସରେ ସମ୍ପୃକ୍ତ ଥିଲେ । ସେ କଂଗ୍ରେସର ସଦସ୍ୟ ନଥିଲେ, କିନ୍ତୁ ଦଳରେ ଜଡିତ ଥିଲେ । ସିଂଘଭି ଜୀ ଆପଣ ମଧ୍ୟ କଂଗ୍ରେସ ସହିତ ୪୦ ବର୍ଷରୁ ଅଧିକ ସମୟ ଧରି ଅଛନ୍ତି ।

ମୋର ଭାଇ କଂଗ୍ରେସ ଦଳର ସଦସ୍ୟ ଭାବେ ମଧ୍ୟ ରାଜନୀତରେ ସକ୍ରିୟ ଅଛନ୍ତି । କୃପା କରିକି ଆପଣମାନେ ନିଷ୍ପତି ନିଅନ୍ତୁ, ଏହି କେସର ଶୁଣାଣିରେ ମତେ ଆପଣ ସାମିଲ କରିବାକୁ ଚାହୁଁଛନ୍ତି ନା ନାହିଁ?” ସେପଟେ ରାହୁଲଙ୍କ ପକ୍ଷରୁ କେସ ଲଢୁଥିବା ଆଡଭୋକେଟ ସିଂଘଭି କହିଛନ୍ତି ଯେ, ମୋର କ୍ଲାଏଂଟ ୧୧୧ ଦିନର ସମସ୍ୟା ଭୋଗୁଛନ୍ତି । ପୂର୍ବରୁ ସେ ସଂସଦର ଏକ ଅଧିବେଶନରେ ଉପସ୍ଥିତ ହେବାରୁ ବଂଚିତ ହୋଇସାରିଛନ୍ତି । ୨୦୧୯ରେ କର୍ଣ୍ଣାଟକରେ ଏକ ରାଲି ସମୟରେ ‘ମୋଦି ସରନେମ’କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧି ।

ଯାହାକୁ ନେଇ ଉପୁଜିଥିଲା ବିବାଦ । ସୁରତ କୋର୍ଟ ତରଫରୁ ତାଙ୍କୁ ଅପରାଧିକ ମାନହାନିର ମାମଲା ଦାୟର କରାଯାଇଥିଲା । ଏହା ସହ ତାଙ୍କ ଦୁଇ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଫଳରେ ତାଙ୍କୁ ହରାଇବାକୁ ପଡିଥିଲା ଲୋକସଭାର ସଦସ୍ୟତା । ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ ରାହୁଲ ଗାନ୍ଧି । ଏବଂ ହାଇକୋର୍ଟ ମଧ୍ୟ ଏହି ରାୟକୁ ବଳବତ୍ତର ରଖିଥିଲେ । ଯାହା ପରେ ରାହୁଲ ହାଇପୋର୍ଟଙ୍କ ରାୟକୁ ମଧ୍ୟ କରିଥିଲେ ଚ୍ୟାଲେଂଜ । ଏବଂ କଥା ପହଂଚିଥିଲା ସୁପ୍ରିମକୋର୍ଟରେ ।

ତେବେ ତାଙ୍କ ମାମଲାରେ ଶୁଣାଣି କରିବାରୁ ଦୂରେଇ ରଖିବା ପାଇଁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବି ଆର ଗାଭାଇ ।  ଦେଶରେ ନ୍ୟାୟପାଳିକାର ଭୂମିକା ଓ ମହତ୍ୱ ଯଥେଷ୍ଟ ଅଧିକ । ସବୁଠୁ ଉର୍ଦ୍ଧ୍ୱରେ ରହିଥାଏ ନ୍ୟାୟ ବ୍ୟବସ୍ଥା । ତେବେ ଗାଭାଇଙ୍କ ଏଭଳି ମନ୍ତବ୍ୟ ପରେ ରାଜନୀତି ଓ ନ୍ୟାୟପାଳିକା ମଧ୍ୟର ସମ୍ପର୍କକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ