Masthead

କଂଗ୍ରେସ ଯାହା ଘୋଷଣା କରେ ତାହା କରେ: ରାହୁଲ ଗାନ୍ଧୀ

ଗୋଆ(ବଡ଼ ଖବର ବ୍ୟୁରୋ): ଆସନ୍ତା ବର୍ଷ ପାଞ୍ଚିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ବର୍ତ୍ତମାନ ଠାରୁ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଦେଇଛି । ଏହା ମଧ୍ୟରେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୋଆର ଭେଲସାଓରେ ମତ୍ସ୍ୟଜୀବୀ ସମ୍ପ୍ରଦାୟର ଲୋକମାନଙ୍କ ସହ କଥା ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ କଂଗ୍ରେସ ଯାହା ଘୋଷଣା କରେ ତାହା ଘଟିଥାଏ । ଆମେ କେବଳ ପ୍ରତିଶୃତି ଦେଇନଥାଉ, ଆମେ ଏହାକୁ ପୂରଣ ମଧ୍ୟ କରିଥାଉ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଛତିଶଗଡ଼ରେ ନିର୍ବାଚନ ପୂର୍ବରୁ କୃଷକମାନଙ୍କର ଋଣ ଛାଡ଼ କଥା କହିଥିଲୁ ।

ଜିତିବା ପରେ ଆମେ ପ୍ରଥମେ କୃଷକମାନଙ୍କର ଋଣ ଛାଡ଼ କରିଥିଲୁ । କେବଳ ଛତିଶଗଡ଼ ନୁହେଁ ବରଂ ପଞ୍ଜାବ ଓ କର୍ଣ୍ଣାଟକରେ ମଧ୍ୟ ଆମେ ପ୍ରତିଶୃତି ଦେଇ ଏହାର ରକ୍ଷା କରିଛୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ ବିମୁଦ୍ରାକରଣକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । କଂଗ୍ରେସ ସମୟରେ ଅଶୋଧିତ ତୈଳ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାର ଥିଲା ।

ତଥାପି ସରକାର ତୈଳ ମୂଲ୍ୟକୁ କମ ରଖିଥିଲେ । ଆଜି ଇନ୍ଧନ ମୂଲ୍ୟ ବହୁତ କମ ତଥାପି ଆପଣମାନେ ଅଧିକ ଟଙ୍କା ଦେଉଛନ୍ତି । ଏହା ସହ ଭାରତ ଏପରି ଏକ ଦେଶ ଯେଉଁଠାରେ ବିଶ୍ୱର ସର୍ବାଧିକ ପରିମାଣର ଇନ୍ଧନ ଉପରେ ଟିକସ ଆଦାୟ କରାଯାଉଛି । ଏଥିରେ କେବଳ ଚାରିରୁ ପାଞ୍ଚ ଜଣ ଶିଳ୍ପପତି ଆପଣଙ୍କ ଟିକସ ଟଙ୍କା ଦ୍ୱାରା ସିଧାସଳଖ ଉପକୃତ ହେଉଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା