Masthead

ଗେହଲଟ –ରାଜକୁମାରଙ୍କୁ ମିଳିଲା ସିସୋଦିଆଙ୍କ ବିଭାଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୈଳାଶ ଗେହଲଟ ଏବଂ ରାଜକୁମାର ଆନନ୍ଦଙ୍କୁ ମିଳିଛି ନୂଆ ବିଭାଗର ଦାୟିତ୍ୱ । ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପ୍ରସ୍ତାବକୁ ଉପରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୂଚନା ମୁତାବକ, ମଙ୍ଗଳବାର ମନୀଷ ସିସୋଦିଆ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ବିଭାଗ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ତେବେ ସନ୍ଧ୍ୟାରେ ସିସୋଦିଆଙ୍କ ୧୮ଟି ବିଭାଗରୁ କେଜ୍‌ରିଓ୍ବାଲ କୈଳାଶଙ୍କୁ ୮ଟି ବିଭାଗ ଏବଂ ରାଜକୁମାରଙ୍କୁ ୧୦ଟି ବିଭାଗ ଦେବାକୁ ଏକ ପ୍ରସ୍ତାବ ଦେବା ସହ ଏସମ୍ପର୍କିତ ଫାଇଲ୍‌କୁ ସେ ଉପରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ।

ତେବେ ବୁଧବାର ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ବର୍ତ୍ତମାନ ଗେହଲଟଙ୍କୁ ଅର୍ଥ, ଯୋଜନା, ପବ୍ଲିକ ୱାର୍କ୍ସ ଡିପାର୍ଟମେଣ୍ଟ (ପିଡବ୍ଲ୍ୟୁଡି), ଶକ୍ତି, ଗୃହ, ସହରାଞ୍ଚଳର ବିକାଶ, ଜଳସେଚନ ଏବଂ ଖାଦ୍ୟ ନିୟନ୍ତ୍ରଣ ଏବଂ ଜଳ ବିଭାଗର ଦାୟିତ୍ୱ ଦିଆଯାଇଛି। ସେହିପରି ରାଜକୁମାର ଆନନ୍ଦଙ୍କୁ ଶିକ୍ଷା, ଜମି ଏବଂ ନିର୍ମାଣ, ଭିଜିଲାନ୍ସ, ସେବା, ପର୍ୟ୍ୟଟନ, କଳା, ସଂସ୍କୃତି ଏବଂ ଭାଷା, ଶ୍ରମ, ରୋଜଗାର, ସ୍ବାସ୍ଥ୍ୟ ଏବଂ ଶିଳ୍ପ ବିଭାଗ ପ୍ରଦାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ