Masthead

ସାମ୍ନକୁ ଆସିଲା ଚିନ୍ମୟୀଙ୍କ ଶେଷ ଚାଟ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ବିଟେକ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଦିନ ଗଢିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏଭାରି ଭିତରେ ପରିବାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଚିନ୍ମୟୀଙ୍କ ବାପା-ମା’ କହିଛନ୍ତି ଯେ ମୋ ଝିଅ କେବେ ଆତ୍ମହତ୍ୟା କରିପାରେନା । ସେ ବହୁତ ଷ୍ଟ୍ରଙ୍ଗ । ତାକୁ ହତ୍ୟା କରାଯାଇଛି । କାରଣ ତା ବେକରେ ଦାଗ ଅଛି । ସେପଟେ ଝିଅ ଚିନ୍ମୟୀଙ୍କ ମୃତ୍ୟୁ ପଛରେ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ।

ପୋର୍ଟମଟମ ରିପୋର୍ଟରେ ଆମେ ସନ୍ତୁଷ୍ଟ ଅଛୁ । ହେଲେ ଝିଅର ପୁରୁଷ ବନ୍ଧୁ ଗୃହ ବିଭାଗର ଜଣେ ଯୁଗ୍ମ ସଚିବଙ୍କ ସଂପର୍କୀୟ ହୋଇଥିବାରୁ ସେ ତଦନ୍ତ ବାଟବଣା ହେବ ବୋଲି ସନ୍ଦେହ କରିଛନ୍ତି । ଝିଅ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କହିଛନ୍ତି ପରିବାର ଲୋକେ । ସେଦିନ ଚିନ୍ମୟୀ ତାଙ୍କ ମା’ଙ୍କ ସହ କଣ କଥା ହୋଇଛନ୍ତି ସେହି ଚାଟ୍ ମଧ୍ୟ ସାମ୍ନାକୁ ଆସିଛି । ସେପଟେ ଚିନ୍ମୟୀଙ୍କ ମୃତ୍ୟୁରେ ଏଂଟ୍ରି କରିଛି ପଲିଟିକ୍ସ ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତଦନ୍ତ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ତିନୋଟି ଟିମ୍ ଗଠନ କରି ଘଟଣାର ଭିନ୍ନ ଭିନ୍ନ ଦିଗରେ ତଦନ୍ତ କରୁଛି ପୋଲିସ । ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି ସତ, ହେଲେ କେଉଁ କାରଣ ପାଇଁ ବୁଡିଲେ ତା’ର ତଦନ୍ତ କରୁଛି ପୋଲିସ । ପୋଲିସର କାର୍ଯ୍ୟକୁ ମଧ୍ୟ ସନ୍ଦେହ କରୁଥିବା କହିଛନ୍ତି ବିରୋଧୀ ଦଳ ନେତା । ଯଦି ତଦନ୍ତ ଠିକ ଭାବେ ନ ହୁଏ ତାହେଲେ ପ୍ରସଙ୍ଗ ବିଧାନସଭା ଉଠିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼