ସାମ୍ନକୁ ଆସିଲା ଚିନ୍ମୟୀଙ୍କ ଶେଷ ଚାଟ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ବିଟେକ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଦିନ ଗଢିବା ସହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏଭାରି ଭିତରେ ପରିବାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଚିନ୍ମୟୀଙ୍କ ବାପା-ମା’ କହିଛନ୍ତି ଯେ ମୋ ଝିଅ କେବେ ଆତ୍ମହତ୍ୟା କରିପାରେନା । ସେ ବହୁତ ଷ୍ଟ୍ରଙ୍ଗ । ତାକୁ ହତ୍ୟା କରାଯାଇଛି । କାରଣ ତା ବେକରେ ଦାଗ ଅଛି । ସେପଟେ ଝିଅ ଚିନ୍ମୟୀଙ୍କ ମୃତ୍ୟୁ ପଛରେ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ବାପା ।

ପୋର୍ଟମଟମ ରିପୋର୍ଟରେ ଆମେ ସନ୍ତୁଷ୍ଟ ଅଛୁ । ହେଲେ ଝିଅର ପୁରୁଷ ବନ୍ଧୁ ଗୃହ ବିଭାଗର ଜଣେ ଯୁଗ୍ମ ସଚିବଙ୍କ ସଂପର୍କୀୟ ହୋଇଥିବାରୁ ସେ ତଦନ୍ତ ବାଟବଣା ହେବ ବୋଲି ସନ୍ଦେହ କରିଛନ୍ତି । ଝିଅ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କହିଛନ୍ତି ପରିବାର ଲୋକେ । ସେଦିନ ଚିନ୍ମୟୀ ତାଙ୍କ ମା’ଙ୍କ ସହ କଣ କଥା ହୋଇଛନ୍ତି ସେହି ଚାଟ୍ ମଧ୍ୟ ସାମ୍ନାକୁ ଆସିଛି । ସେପଟେ ଚିନ୍ମୟୀଙ୍କ ମୃତ୍ୟୁରେ ଏଂଟ୍ରି କରିଛି ପଲିଟିକ୍ସ ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତଦନ୍ତ ଉପରେ ସନ୍ଦେହ ପ୍ରକଟ କରିଛନ୍ତି । ତିନୋଟି ଟିମ୍ ଗଠନ କରି ଘଟଣାର ଭିନ୍ନ ଭିନ୍ନ ଦିଗରେ ତଦନ୍ତ କରୁଛି ପୋଲିସ । ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି ସତ, ହେଲେ କେଉଁ କାରଣ ପାଇଁ ବୁଡିଲେ ତା’ର ତଦନ୍ତ କରୁଛି ପୋଲିସ । ପୋଲିସର କାର୍ଯ୍ୟକୁ ମଧ୍ୟ ସନ୍ଦେହ କରୁଥିବା କହିଛନ୍ତି ବିରୋଧୀ ଦଳ ନେତା । ଯଦି ତଦନ୍ତ ଠିକ ଭାବେ ନ ହୁଏ ତାହେଲେ ପ୍ରସଙ୍ଗ ବିଧାନସଭା ଉଠିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’