Masthead

ଭାରତୀୟ ସେନାଙ୍କୁ ଅସମ୍ମାନିତ କରୁଛନ୍ତି ରାହୁଲ: ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପୁଣି କଂଗ୍ରେସ ନେତା ରାହୁଲଙ୍କୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି ରାହୁଲ ଗାନ୍ଧୀ ଲଣ୍ଡନର କେମ୍ବ୍ରିଜ ବିଜନେସ ସ୍କୁଲରେ ନିଜ ଟିପ୍ପଣୀ ରଖି ଦେଶକୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି । ହିମନ୍ତ କହିଛନ୍ତି ରାହୁଲ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି । ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଆତଙ୍କବାଦୀଙ୍କୁ ଦୂରରୁ ଦେଖିଥିଲେ ।

ତାଙ୍କ ପାଖକୁ ଆସି ଜଣେ ବ୍ୟକ୍ତି ଆତଙ୍କବାଦୀଙ୍କ ଆଡକୁ ଇସାରା କରିଥିଲେ । ଶର୍ମା ଏବେ ପ୍ରଶ୍ନ କରିଛନ୍ତି ଯେ ରାହୁଲ ଗାନ୍ଧୀ ଏ ସମ୍ପର୍କରେ ସୁରକ୍ଷା ଏଜେନ୍ସିକୁ କାହିଁକି ସୂଚନା ଦେଲେ ନାହିଁ । ରାହୁଲ ଗାନ୍ଧୀ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ କାର ବୋମା ବିସ୍ଫୋରଣ ବୋଲି କହିଥିଲେ । ଏହି ବିସ୍ଫୋରଣରେ ୪୦ ଯବାନ ସହିଦ ହୋଇଥିବା ରାହୁଲ କହିଥିଲେ । ଶର୍ମା କହିଛନ୍ତି ରାହୁଲ ଗାନ୍ଧୀ ଆମ ସେନାଙ୍କର ଅପମାନ କରିଛନ୍ତି । ହେଲେ ସେ ଏତେ ସାହସ କଲେ କେମିତି ? ଏହା ବୋମା ନ ଥିଲା ବରଂ ଆତଙ୍କବାଦୀ ଆକ୍ରମଣ ଥିଲା ବୋଲି ହିମନ୍ତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା