Masthead

ଅନ୍ୟାୟ ବିରୋଧରେ ଲଢ଼ିବ ‘ଇନସାଫ କେ ସିପାହୀ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବଢିଚାଲିଛି ଦୁର୍ନୀତି । ସାଧାରଣ ଲୋକଙ୍କ ଅର୍ଥକୁ ଲୁଟି ଚାଲିଛନ୍ତି ନେତା ଓ ଅଫିସର । ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ଅର୍ଥର ସିଂହଭାଗ ହେଉଛି ବାଟମାରଣା । ଏଥିରେ ସୁଧାର ନଆସିଲେ ପରିସ୍ଥିତି ବେଳକୁ ବେଳ ଜଟିଳ ହୋଇପଡିବ ବୋଲି ବିଶିଷ୍ଟ ଆଇନଜ୍ଞ କପିଲ ଶିବଲ କହିଛନ୍ତି । ସେ ଏଭଳି ଅନ୍ୟାୟ ବିରୋଧରେ ଅଭିଯାନ ଆରମ୍ଭ କରିବେ । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶରେ ଚାଲିଥିବା ଅନ୍ୟାୟର ମୁକାବିଲା ପାଇଁ ଏକ ଅଭିଯାନର ଘୋଷଣା କରିଛନ୍ତି ।

ବିଜେପି ସରକାର ଅଧୀନରେ ଦେଶରେ ଚାଲିଥିବା ଅନ୍ୟାୟ ବିରୋଧରେ ଲଢେଇ କରିବା ପାଇଁ ‘ଇନସାଫ’ ନାମରେ ଏକ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଏବଂ ‘ଇନସାଫ କେ ସିପାହୀ’ ନାମରେ ଏକ ୱେବସାଇଟ ଆରମ୍ଭ କରିଛନ୍ତି । ବିରୋଧୀଦଳର ମୁଖ୍ୟମନ୍ତ୍ରୀ ତଥା ନେତାଙ୍କ ସମେତ ସମସ୍ତଙ୍କୁ ତାଙ୍କୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି । କପିଲ ଶିବଲ କହିଛନ୍ତି, ଏହି ୱେବସାଇଟ ଲୋକଙ୍କୁ ସାହାର୍ଯ୍ୟ କରିବ ଆଇନଜୀବୀ ମାନଙ୍କ ବିରୋଧରେ ହେଉଥିବା ଅନ୍ୟାୟ ବିରୋଧରେ ଲଢେଇ କରିବା ପାଇଁ । ଏ ନେଇ ମାର୍ଚ୍ଚ ୧୧ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବୈଠକ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିରୋଧୀ ଦଳର ନେତା ତଥା ସାଧାରଣ ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଏବଂ ନେତାଙ୍କ ସମର୍ଥନ ଲୋଡିଛନ୍ତି ।

ସେ କହିଛନ୍ତି, ଏହା ଏକ ଜାତୀୟ ସ୍ତରୀୟ ଫୋରମ୍ ଯେଉଁଠାରେ ଓକିଲମାନେ ଆଗରେ ରହିବେ । ବିଜେପିର ଏକ ଶାଖା କୁହାଯାଉଥିବା ଆରଏସଏସ ତାର ଆଭୁମୁଖ୍ୟକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଜାରି ରଖିଛି ଏଥିରେ ବହୁ ଦୁର୍ନୀତି ହେଉଛି । ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ବରିଷ୍ଠ ଆଇନଜୀବୀ ଶିବଲ କହିଛନ୍ତି । ସେ କହିଛନ୍ତି ଏହା ଏଲକ ସାଧାରଣ ଲୋକଙ୍କ ପ୍ଲାଟଫର୍ମ ହେବ । କୌଣସି ରାଜନୈତିକ ଦଳର ବାହୁ ଛାୟା ତଳେ ରହିବ ନାହିଁ । ସାଧାରଣ ଲୋକ ମଧ୍ୟ ଏଥିରେ ମତାମତ ରଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ