Masthead

ବର୍ଷକୁ ୧୩ ମିଟର ପଛକୁ ଯାଉଛି ଗ୍ଲାସିଅର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତରଳିବାରେ ଲାଗିଛି ଲଦାଖର ଗ୍ଲାସିୟର । ଡୁରୁଙ୍ଗ-ଡୁଙ୍ଗ ଏବଂ ପେନସିଲୁଙ୍ଗପାରେ ଗ୍ଲାସିଅର ତରଳିବାରେ ଲାଗିଛି । ୧୯୭୧ ରୁ ୨୦୧୯ ମଧ୍ୟରେ ଡୁରୁଙ୍ଗ-ଡୁଙ୍ଗରେ ୭.୮ ବର୍ଗ କିଲୋମିଟର ଏବଂ ପେନ୍ସିଲୁଙ୍ଗପାରେ ୧.୫ ବର୍ଗ କିଲୋମିଟର ପଛକୁ ଯାଇଛି ଗ୍ଲାସିଅର । ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଗ୍ଲାସିଅର ତରଳୁ ଥିବା ବୈଜ୍ଞାନିକମାନେ କହିଛନ୍ତି । ଗ୍ଲାସିଅର ଗୁଡିକ ଉଚ୍ଚତାରେ ଅବସ୍ଥିତ । ଲଦାଖର ୧୪,୬୧୨ ଫୁଟ ଉଚ୍ଚତାରେ ପେନ୍ସି-ଲା ପାସ୍ ରେ ଏହି ଗ୍ଲାସିଅର ଅବସ୍ଥିତ ।

ଡୁରୁଙ୍ଗ-ଡୁଙ୍ଗ ଗ୍ଲାସିଅର ୭୨ବର୍ଗ କିଲୋମୋଟର ପର୍ଯ୍ୟନ୍ତ ବ୍ୟାପିଛି । ଏବଂ ଏହରା ୭.୮ ବର୍ଗ କିଲୋମିଟର ବରଫ ତରଳିଯାଇଛି । ଯାହା ସମୁଦାୟ ଅଞ୍ଚଳର ୧୦ ପ୍ରତିଶତ । ପେନ୍ସିଲୁଙ୍ଗପା ଗ୍ଲାସିଅର ୧୬ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏବଂ ଏହା ୧.୫ ବର୍ଗ କିଲୋମିଟର ପର୍ଯ୍ୟନ୍ତ ହରାଇଛି । ଯାହାକି ସମୁଦାୟ ଏରିଆର ୮ ପ୍ରତିଶତ । ରିପୋର୍ଟ ଅନୁସାରେ, ୧୯୭୧ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଡିଡିଜି ୧୩ ମିଟର ଏବଂ ପିଜି ୫.୬ ମିଟର ପ୍ରତିବର୍ଷ ପଛକୁ ଯାଇଛି । ମନୀଷ ମେଥା କହଛନ୍ତି, ଗ୍ଲାସିଅର ରିଟି୍ରଟ କେବଳ ଜଳବାୟୁ ପରିବର୍ତ୍ତନ ଦ୍ୱାରା ନୁହେଁ ବରଂ ଗ୍ଲାସିଅର ‘ଟପୋଗ୍ରାଫିକ ଏବଂ ମୋରଫୋଲୋଜି’ ଦ୍ୱାରା ମଧ୍ୟ ପ୍ରଭାବିତ ହେଉଛି । ଏହି ଗ୍ଲାସିଅର ତରଳିବାକୁ ନେଇ ସତର୍କବାଣୀ ଶୁଣାଇଛନ୍ତି ବୈଜ୍ଞାନିକମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ