Masthead

ଶୋଇଥିବା ବେଳେ ଇଞ୍ଜେକ୍ସନ ଫୋଡ଼ି ଗାଁ ସଭାପତିଙ୍କୁ ହତ୍ୟା

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଗାଁ ସଭାପତିଙ୍କୁ ହତ୍ୟା ଅଭିଯୋଗ । ଅନୁଗୁଳ ଜିଲ୍ଲା ଆମ୍ବପାଳ ଗାଁରେ ଗାଁ ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଗାଁର ସଭାପତି ବାଳକୃଷ୍ଣ ନାୟକ ଶନିବାର ରାତିରେ ନିଜ ଘର ଠାରୁ କିଛି ଦୂରରେ ଥିବା କୁକୁଡ଼ା ଫାର୍ମରେ ଶୋଇ ଥିଲେ । ବିଳମ୍ବିତ ରାତିରେ କିଛି ଦୁବୁର୍ତ୍ତ ବାଳକୃଷ୍ଣଙ୍କୁ ଧରି ଏକ ଇଞ୍ଜେକସନ ଫୋଡ଼ି ଦେଇ ପଳାଇ ଯାଇଥିଲେ । ଏହାପରେ ବିଷ ଜ୍ବାଳାରେ ଛଟପଟ ହୋଇ ବାଳକୃଷ୍ଣ ଘରକୁ ଦୌଡ଼ି ପଳାଇ ଆସି ତାଙ୍କୁ କିଛି ଫୋଡି ଦିଆଯାଇଥିବା କହିବା ସହ ବାନ୍ତି କରିଥିଲେ ।

ଏହାପରେ ସେ ଅଚେତ୍ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ଅନୁଗୁଳ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରିଥିଲେ । ହେଲେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଫାର୍ମରୁ ପରିବାର ଲୋକେ ଏକ ହାତ ଲେଖା ବେନାମୀ ଚିଠି ପାଇଥିଲେ । ଯେଉଁଥିରେ ସଭାପତି ମହୋଦୟ , ଗାଁ ପାଇଁ ସହିଦ ହୋଇଯାଅ । ମନା କଲି ମୋ ପଛରେ ଲାଗନା । ଜାନୁଆରୀ ୨୫ ତାରିଖ ଥିଲା , ଆଜି ପୁରଣ ହେଲା ବୋଲି ଲେଖା ଯାଇଥିଲା । ଏହାଛଡା ଦୁଇଟି ସିରିଞ୍ଜ ମଧ୍ୟ ସେ ଜାଗାରୁ ମିଳିଛି । ତେବେ କିଏ ଓ କାହିଁକି ଏଭଳି ଅଭିନବ ଉପାୟରେ ବାଳକୃଷ୍ଣଙ୍କୁ ହତ୍ୟା କରିଛି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ବାଳକୃଷ୍ଣଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ