Masthead

କୋଲକତାଠୁ ଗୋଟିଏ ରନରେ ପରାସ୍ତ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାରୁଲୁ

କୋଲକତା(ବଡ଼ ଖବର ବ୍ୟୁରୋ):ଆଇପିଏଲ ୨୦୨୪ ମ୍ୟାଚରେ ପୁଣି ନିରାଶ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାରୁଲୁ। ପ୍ରତିଟି ମ୍ୟାଚରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଅଳ୍ପକେ ବିଜୟରୁ ବଞ୍ଚିତ ହେଲା ଦଳ । ରବିବାର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଠାରୁ ମାତ୍ର ଗୋଟିଏ ରନରେ ପରାସ୍ତ ହୋଇଛି ଆରସିବି । ହାତରୁ ଏହି ମ୍ୟାଚେ ଯିବା ସହ ଦଳ କ୍ରମାନ୍ୱୟରେ ଷଷ୍ଠ ଥର ଏବଂ ସିଜିନର ସପ୍ତମ ପରାଜୟର ସାମ୍ନା କରିଛି। ସେପଟେ କମ୍ ବ୍ୟାକ୍ ସହ ପଞ୍ଚମ ବିଜୟ ହାସଲ କରିଛି କୋଲକତା ନାଇଟ୍ ରାଇଡର୍ସ। କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ରୋଚକ ମୋଡ଼ ନେଇଥିଲା ଅନ୍ତିମ ଓଭର। ଗୋଟିଏ ଓଭରରେ ୨୧ ରନ୍ ଆବଶ୍ୟକ ପଡୁଥିବା ବେଳେ ମିଚେଲ ଷ୍ଟାର୍କଙ୍କ ବଲରେ ୩ଟି ଛକା ମାରି ରୋମାଞ୍ଚ ଭରିଥିଲେ କର୍ଣ୍ଣ ଶର୍ମା। ୪ ବଲ୍ ମଧ୍ୟରେ ଦଳ ୧୮ ରନ୍ ସଂଗ୍ରହ କରିନେଇଥିଲା।

କିନ୍ତୁ ପଞ୍ଚମ ବଲରେ କର୍ଣ୍ଣ ଆଉଟ୍ ହୋଇ ଯାଇଥିଲେ। ଏହାପରେ କେକେଆର ସପକ୍ଷରେ ଚାଲି ଯାଇଥିଲା ମ୍ୟାଚ୍। ବେଙ୍ଗାଲୁରୁକୁ ବିଜୟ ପାଇଁ ୩ ରନ୍ ଆବଶ୍ୟକ ପଡୁଥିବା ବେଳେ ଲକି ଫାଗୁସନ୍ ଗୋଟିଏ ରନ୍ କରି ରନ୍ ଆଉଟ୍ ହୋଇ ଯାଇଥିଲେ। ଫଳରେ ଦଳକୁ ମାତ୍ର ଗୋଟିଏ ରନ୍ ବ୍ୟବଧାନରେ ପରାଜିତ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ କରି କେକେଆର ୨୨୨ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଫିଲ ସଲ୍ଟ ଓ ଶ୍ରେୟାସ ଆୟର ସର୍ବାଧିକ ୪୮(୧୪) ଏବଂ ୫୦(୩୬) ରନ୍ କରିଥିଲେ। ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଆଣ୍ଡ୍ରେ ରସେଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସେହିପରି ଅନ୍ୟ ଏକ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ। ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ବିନିମୟରେ ୧୪୨ ରନ୍ କରିଥିଲା। ଜବାବରେ ୧୯.୧ ବଲରେ ଆବଶ୍ୟକୀୟ ରନ୍ ସଂଗ୍ରହ କରିନେଇଛି ଗୁଜରାଟ। ଘାତକ ବୋଲିଂ ପାଇଁ ସାଇ କିଶୋର ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା