Masthead

୧୦ ଦିନ ପରେ ପୂଜା ପାଇଲେ ଶ୍ରୀ କପିଳେଶ୍ୱର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ୧୦ ଦିନ ହେଲା ବନ୍ଦ ରହିଥିଲା ଶ୍ରୀ କପିଳେଶ୍ୱର ମନ୍ଦିର । ଅପୂଜା ଉପାସ ରହିବା ପରେ ମନ୍ଦିରରେ ସେବାୟତ ପରିବାରର ମହିଳା ଧସେଇ ପଶିଛନ୍ତି । ତାଲା ଭାଙ୍ଗି ଶତାଧିକ ଲୋକ ମନ୍ଦିର ଭିତରେ ପଶିଛନ୍ତି । ୧୦ ଦିନ ପରେ କପିଳେଶ୍ୱରଙ୍କ ପୂଜା ହୋଇଛି । ହାଇକୋର୍ଟଙ୍କ ଆଦେଶ ଓ ପ୍ରଶାସନର ନିଦେ୍ର୍ଦଶକୁ ବେଖାତିର କରି ମଲିଆ ସେବାୟତ ବର୍ଗର ଶତାଧିକ ମହିଳା ଓ ପୁରୁଷ ତାଲା ଭାଙ୍ଗି ଜୋର ଜବରଦସ୍ତ ମନ୍ଦିରରେ ପ୍ରବେଶ କରିଥିଲେ । ହାଇକୋର୍ଟଙ୍କ ପରମ୍ପରା ରକ୍ଷା ନିର୍ଦ୍ଦେଶ କାର୍ୟ୍ୟକାରୀ ହୋଇପାରିନଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ହାଇକୋର୍ଟ ପରମ୍ପରା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଦେବାତ୍ତର ବିଭାଗ ଓ ମନ୍ଦିର ଟ୍ରଷ୍ଟର ସମସ୍ତ ଆଲୋଚନାକୁ ମଲିଆ ସେବାୟତମାନେ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି । ଫଳରେ ହାଣ୍ଡିଭଙ୍ଗା ଯାତଠାରୁ ମନ୍ଦିରରେ ତାଲା ଝୁଲୁଥିଲା । ଠାକୁର ଅପୂଜା‌ ଓ ଉପାସରେ ଥିଲେ । ଗତକାଲି ମଧ୍ୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାମାନେ ବିବାଦର ସମାଧାନ ପାଇଁ ବୈଠକ କରିଥିଲେ ଏବଂ ତା’ ବି ବିଫଳ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼