Masthead

୧୦ ଦିନ ପରେ ପୂଜା ପାଇଲେ ଶ୍ରୀ କପିଳେଶ୍ୱର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ୧୦ ଦିନ ହେଲା ବନ୍ଦ ରହିଥିଲା ଶ୍ରୀ କପିଳେଶ୍ୱର ମନ୍ଦିର । ଅପୂଜା ଉପାସ ରହିବା ପରେ ମନ୍ଦିରରେ ସେବାୟତ ପରିବାରର ମହିଳା ଧସେଇ ପଶିଛନ୍ତି । ତାଲା ଭାଙ୍ଗି ଶତାଧିକ ଲୋକ ମନ୍ଦିର ଭିତରେ ପଶିଛନ୍ତି । ୧୦ ଦିନ ପରେ କପିଳେଶ୍ୱରଙ୍କ ପୂଜା ହୋଇଛି । ହାଇକୋର୍ଟଙ୍କ ଆଦେଶ ଓ ପ୍ରଶାସନର ନିଦେ୍ର୍ଦଶକୁ ବେଖାତିର କରି ମଲିଆ ସେବାୟତ ବର୍ଗର ଶତାଧିକ ମହିଳା ଓ ପୁରୁଷ ତାଲା ଭାଙ୍ଗି ଜୋର ଜବରଦସ୍ତ ମନ୍ଦିରରେ ପ୍ରବେଶ କରିଥିଲେ । ହାଇକୋର୍ଟଙ୍କ ପରମ୍ପରା ରକ୍ଷା ନିର୍ଦ୍ଦେଶ କାର୍ୟ୍ୟକାରୀ ହୋଇପାରିନଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ହାଇକୋର୍ଟ ପରମ୍ପରା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଦେବାତ୍ତର ବିଭାଗ ଓ ମନ୍ଦିର ଟ୍ରଷ୍ଟର ସମସ୍ତ ଆଲୋଚନାକୁ ମଲିଆ ସେବାୟତମାନେ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି । ଫଳରେ ହାଣ୍ଡିଭଙ୍ଗା ଯାତଠାରୁ ମନ୍ଦିରରେ ତାଲା ଝୁଲୁଥିଲା । ଠାକୁର ଅପୂଜା‌ ଓ ଉପାସରେ ଥିଲେ । ଗତକାଲି ମଧ୍ୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାମାନେ ବିବାଦର ସମାଧାନ ପାଇଁ ବୈଠକ କରିଥିଲେ ଏବଂ ତା’ ବି ବିଫଳ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା