Masthead

ତରଳୁଛି ହିମଶୈଳ, ବର୍ଷକୁ ୪ ପ୍ରତିଶତ ବୃଦ୍ଧି ପାଉଛି ସମୁଦ୍ର ସ୍ତର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାଡ଼ି ଆସୁଛି ବିପଦ । ତରଳୁଛି ହିମଶୈଳ। ବୃଦ୍ଧି ପାଇବ ସମୁଦ୍ରର ଜଳସ୍ତର । ୨ ଫୁଟ ବା ୭୦ ସେଣ୍ଟିମିଟର ଜଳସ୍ତର ବୃଦ୍ଧି ପାଇବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ । ଆଣ୍ଟାର୍କଟିକାରେ ଥିବା ଥ୍ୱେଟିସ୍ ଗ୍ଲେସିୟର ବା ଡୁମ୍‌ସଡେ ଗ୍ଲେସିୟର ଏବେ ତରଳିବା ଆରମ୍ଭ କରିଛି । ଏକ ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି ଏହି ହିମଶୈଳ କ୍ରମାଗତ ଭାବେ କ୍ଷୟ ପାଉଛି ।ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶବିତ୍‌ । ଏହି ହିମାଖଣ୍ଡର ଆକାର ଭାରତର ଗୁଜରାଟ ରାଜ୍ୟର ଆକାର ପରି । ଏହି ହିମଶୈଳ ଯଦି କ୍ଷୟ ପାଇଚାଲେ ତେବେ ବିଶ୍ବ ଏକ ବଡ଼ ବିପଦକୁ ସାମ୍ନା କରିବ ।

ପୃଷ୍ଠଦେଶର ଅଧ କିଲୋମିଟର ତଳେ ସମୁଦ୍ରର ଉଷ୍ମଜଳ ଏହି ହିମଶୈଳକୁ ତରଳାଉଛି । ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଯୋଗୁ ଏହା ତରଲୁଛି। ଫଳରେ ଉକ୍ତ ୧୨୦ କିଲୋମିଟର ଚଉଡ଼ା ହିମଶୈଳରେ ବର୍ଷକୁ ୪୩ ମିଟର ଦୀର୍ଘ ଉପତ୍ୟକା ସୃଷ୍ଟି ହେଉଛି ବୋଲି ବ୍ରିଟିସ ଆଣ୍ଟାର୍କଟିକ୍ ସର୍ଭେର ଗବେଷକମାନେ କହିଛନ୍ତି। ସର୍ଭେ ଅନୁସାରେ ପ୍ରତିବର୍ଷ ଶହଶହ କୋଟି ଟନ ବରଫ ଜଳ ହୋଇ ସମୁଦ୍ର ପାଣିରେ ମିଶୁଛି। ଫଳରେ ସମୁଦ୍ର ସ୍ତର ବର୍ଷକୁ ୪ ପ୍ରତିଶତ ଲେଖାଏ ବୃଦ୍ଧି ପାଉଛି। ଏଥିରେ କୁହାଯାଇଛି, ୧୯୯୦ ଦଶକ ଶେଷଭାଗରୁ ହିମଶୈଳଟି ୧୪ କିଲୋମିଟର ହ୍ରାସ ପାଇ ସାରିଲାଣି। ଏହା ସମୁଦ୍ରକୁ ଲାଗିଥିବାରୁ ଅଧିକ ପରିମାଣରେ ସମୁଦ୍ରର ଉଷ୍ମଜଳ ସଂସ୍ପର୍ଶରେ ଆସୁଛି।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଯଦି ଏପରି ତରଳିବା ଲାଗି ରହେ, ତେବେ ସମୁଦ୍ରର ଜଳସ୍ତର ୨ ଫୁଟରୁ ଅଧିକ ବୃଦ୍ଧି ପାଇବ। ସେହିପରି ଡୁମ୍‌ସଡେ ହିମଶୈଳ ଯଦି ତରଲେ ତେବେ ପଶ୍ଚିମ ଆଣ୍ଟାର୍କଟିକାର ଅବଶିଷ୍ଟ ବରଫ ମଧ୍ୟ ତରଳିବାକୁ ଆରମ୍ଭ କରିବ। ଏହା ହେଲେ ବିଶ୍ବ ସମୁଦ୍ରର ଜଳସ୍ତର ୧୦ ଫୁଟ ଯାଏ ବୃଦ୍ଧି ପାଇବ। ଯାହାଦ୍ୱାରା ପ୍ରଳୟ ଆସିବାର ଆଶଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ