Masthead

ତାଇୱାନ ଉପରେ ଚୀନ୍ କରିପାରେ ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ବଳରେ ବଳିୟାନ୍ ତାଇୱାନ୍ । ତାଇୱାନ ଏବେ ଆମେରିକାଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର କିଣୁଛି । ଚୀନକୁ ସମୁଚିତ ଶିକ୍ଷା ଦେବା ପାଇଁ ତାଇୱାନ ଆମେରିକାର ସହାୟତା ଲୋଡୁଥିବାରୁ ଚୀନ ଅସନ୍ତୁଷ୍ଟ । ତାଇୱାନର ଭୟ । ଚୀନ୍ ହଠାତ୍ କରିପାରେ ଆକ୍ରମଣ । ତାଇଓ୍ଵାନର ପ୍ରତିରକ୍ଷା ମନ୍ତ୍ରୀ ଚିଉ କୁଓ ଚେଙ୍ଗ କହିଛନ୍ତି ଯେ ଚୀନ୍ ସେନା ହଠାତ୍ ତାଇଓ୍ଵାନ ଅଞ୍ଚଳରେ ଅନୁପ୍ରବେଶ କରିପାରେ । ଏଥିପାଇଁ ତାଇୱାନବାସୀଙ୍କୁ ସତର୍କ ରହିବାକୁ ପଡ଼ିବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସମଗ୍ର ତାଇୱାନରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ତେଣେ ତାଇଓ୍ଵାନକୁ ଭୟଭୀତ କରିବା ପାଇଁ ଚୀନର ଆକାଶ ବାହିନୀ ଓ ନୌସେନା ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

ତାଇଓ୍ଵାନର ଏୟାର ଡିଫେନ୍ସ ସେକ୍ଟରରେ ପ୍ରାୟ ପ୍ରତିଦିନ ହେବ ଚୀନ ବାୟୁସେନା ଅନୁପ୍ରବେଶ କରିଛି । ତାଇଓ୍ଵାନ ନିକଟରେ ଚୀନ୍ ନିଜର ସାମରିକ କାର୍ୟ୍ୟକଳାପକୁ ତୀବ୍ର କରିଛି । ତାଇଓ୍ଵାନର କୌଣସି ଅଞ୍ଚଳରେ ଚୀନ କୌଣସି ସାମରିକ କାର୍ୟ୍ୟକଳାପ କରିନାହିଁ ବୋଲି ତାଇୱାନ ସ୍ପଷ୍ଟ କରିଛି । ଚୀନ ମଧ୍ୟ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ । ତାଇଓ୍ଵାନର ବାୟୁସୀମା ତାଇଓ୍ବାନ ଉପକୂଳଠାରୁ ୨୪ ନଟିକାଲ ମାଇଲ ଅର୍ଥାତ୍ ୪୪.୪ କିଲୋମିଟର ଦୂରରେ ଅବସ୍ଥିତ । ଗତବର୍ଷ ଏହାର ସୀମାନ୍ତ ଅଞ୍ଚଳରେ ଚୀନର ଏକ ବେସାମରିକ ଡ୍ରୋନକୁ ତାଇୱାନ ଖସାଇ ଦେଇଥିଲା । ଅନ୍ୟପକ୍ଷରେ ତାଇଓ୍ଵାନର ସଂସଦକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ତାଇଓ୍ଵାନର ବାୟୁସୀମା ଓ ଜଳସୀମାରେ ପ୍ରବେଶ କରିବା ପାଇଁ ଚୀନ୍ ସେନା ଏକ ବାହାନା ଖୋଜିପାରେ। ଯଦି ତାଇୱାନ ବିରୋଧରେ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ଆମେରିକା ନୀରବ ରହିବ ନାହିଁ । ତାଇୱାନକୁ ସହଯୋଗର ହାତ ବଢାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି