‘ ଡବଲ ଇଞ୍ଜିନ ନୁହେଁ ତିନି ଚକିଆ ‘ଅଟୋ-ରିକ୍ସା’ ‘

ରାୟପୁର  (ବଡ଼ ଖବର ବ୍ୟୁରୋ): ବିଜେପିକୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ ସିଂହଦେଓ । ଏକନାଥ ସିନେ୍ଦଙ୍କ ପ୍ରତିକ୍ରିୟାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଟିଏସ ସିଂହଦେଓ । ଅଜିତ ପାୱାର ଦଳରେ ମିଶିବା ପରେ ମହାରାଷ୍ଟ୍ର ରାଜନୀତି ହଲଚଲ ହୋଇଯାଇଛି । ଯାହାକୁ ନେଇ ବିଭିନ୍ନ ନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି । ରବିାବର ମହାରାଷ୍ଟ୍ରରେ ହୋଇଥିଲା ମହାନାଟକ । ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଝଟକା ଦେଇ ସିନ୍ଦେ ସରକାରରେ ସାମିଲ ହୋଇଥିଲେ ଅଜିତ ପାୱାର ।

ଯାହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର ଚାଲୁଥିଲା, କିନ୍ତୁ ବର୍ତ୍ତମାନ ଅଜିତ ପାୱାର ଆସିବା ପରେ ଟ୍ରିପଲ ଇଞ୍ଜିନର ସରକାର ଗଠନ ହୋଇଛି । ଏହି ପ୍ରତିକ୍ରିୟା ପରେ ଟି.ଏସ୍ ସିଂହଦେବ କହିଛନ୍ତି ଯେ ଇଞ୍ଜିନ ବୋଧେ ଦୁର୍ବଳ ହୋଇଯାଇଛି, ତେଣୁ ୩ଟି ଇଞ୍ଜିନ ଲଗାଇବାକୁ ପଡିଛି । ଇଞ୍ଜିନରେ ବୋଧହୁଏ କିଛି ଦୁର୍ବଳତା ରହିଛି ଯେଉଁଥିପାଇଁ ସେମାନଙ୍କୁ ବିଜେପିର ଆବଶ୍ୟକତା ରହିଛି ।ଖାଲି ସେତିକି ନୁହେଁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଥିଲେ ଯେ ଅଜିତ ପାୱାର ଯୋଗ ଦେବା ପରେ ମହାରାଷ୍ଟ୍ର ସରକାର ଡବଲ ଇଞ୍ଜିନ ନୁହେଁ ତିନି ଚକିଆ’ ଅଟୋ-ରିକ୍ସାରେ ପରିଣତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!