Masthead

ଅଣଆୟତ୍ତ ଲକ୍ଷ୍ମୀ ମାର୍କେଟ ନିଆଁ

ପୁରୀ (ବଡ଼ ଖବର ବ୍ୟୁରୋ):  ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ନିଆଁ ଅଣାୟତ୍ତ । ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ବିତୀୟ ମହଲାକୁ ବ୍ୟାପିଲା । ୨ୟ ମହଲାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫେସନକୁ ବ୍ୟାପିଲା ନିଆଁ । କାଲି ରାତି ୮ଟାରୁ ନିଆଁ ଲାଗିଥିଲେ ବି ନିୟନ୍ତ୍ରଣକୁ ଆସୁନି । ଏପର୍ଯ୍ୟନ୍ତ ନିଆଁକୁ ଆୟତ କରାଯାଇପାରିନାହିଁ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରିବାକୁ ଜୋରଦାର ଉଦ୍ୟମ କରାଯାଉଛି । ଗତକାଲି ରାତି ତମାମ ଅଗ୍ନିଶମବାହିନୀ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା ।

ହେଲେ ୧୨ ଘଣ୍ଟା ପରେ ବି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ । ଏବେ ପୁରା ପରିବେଶ ଧୂଆଁମୟ ହୋଇ ରହିଛି । ଅଚେତ ଅବସ୍ଥାରେ ଦୁଇ ଜଣଙ୍କ ସମେତ ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ପ୍ରଥମ ମହଲାର ଏକ ଦୋକାନରୁ ନିଆଁ ଲାଗିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ