Masthead

ଭାରତ ଉପରେ ଆକ୍ରମଣ କରିବ ଚୀନ୍!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ଚୀନ୍ । ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟରେ ବଡ଼ ଖୁଲାସା । ଏଲଏସି ନିକଟରେ ଏବେ ଉଭୟ ଚୀନ ଓ ଭାରତ ସେନା ସଂଖ୍ୟା ବଢାଇବାରେ ଲାଗିଛନ୍ତି । ଦୁଇ ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର ପରସ୍ପରକୁ ଟକ୍କର ଦେବାକୁ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା ତାର ବାର୍ଷିକ ରିପୋର୍ଟରେ ବଡ଼ ଖୁଲାସା କରିଛି ।

ରିପୋର୍ଟରେ କୁହାଯାଇଛି, ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ବଢୁଥିବା ସ୍ଥିତିରେ ଆମେରିକାର ନାଗରିକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ ଓ ଉଭୟ ଦେଶ ଆମେରିକାର ହସ୍ତକ୍ଷେପ ମାଗି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି ।୨୦୨୦ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଘାତକ ସଂଘର୍ଷ କାରଣରୁ ଉଭୟ ଦେଶ ମଧ୍ୟରେ ଶତ୍ରୁତା ସଂପର୍କ ରହିବ । ସେପଟେ ଉଭୟ ଦେଶ ଏହି ସମସ୍ୟାର ସମାଧାନ ପାଇଁ ଲଗାତର ଦ୍ୱୀପାକ୍ଷିକ ଆଲୋଚନା କରିବା ସହ କିଛି ସମସ୍ୟା ଉପରେ ସହମତି ମଧ୍ୟ ହୋଇଛି । ରିପୋର୍ଟ ଅନୁସାରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ଲାଗିରହିଥିବା ଛୋଟ ଛୋଟ ସଂଘର୍ଷ କୌଣସି ସମୟରେ ବଡ଼ ସଂଘର୍ଷର ରୂପ ନେଇପାରେ ।

ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ପୂର୍ବ ଲଦାଖରେ ୩୦ମାସ ହେବ ଛୋଟ ଛୋଟ ସଂଘର୍ଷ ଦେଖିବାକୁ ମିଳିଛି । ପେଙ୍ଗାଙ୍ଗ ହିଲ ଅଞ୍ଚଳରେ ହୋଇଥିବା ସଂଘର୍ଷ ପରେ ୨୦୨୦ ମେ’୫ ତାରିଖରେ ପୂର୍ବ ଲଦାଖ ସୀମାର ଗଲୱାନ ଘାଟି ନିକଟରେ ଦୁଇଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି