Masthead

ନବ ଦାସ ହତ୍ୟା ଘଟଣାରେ ମୁଖ୍ୟ ନାୟକ ଦୁଇ ଅଣଓଡ଼ିଆ, ଜଣେ ଆଇଏଏସ୍ ଅନ୍ୟ ଜଣେ ଆଇପିଏସ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ । ବରିଷ୍ଠ ନେତା ବିଜୟ ମହାପାତ୍ର ନବ ଦାସ ହତ୍ୟା ଘଟଣାରେ ଦୁଇ ଅଣଓଡ଼ିଆ ଅଫିସରଙ୍କୁ ଟାର୍ଗେଟ କରିଛନ୍ତି । ସେହି ଦୁଇ ଅଣଓଡ଼ିଆ ଅଫିସର ପୋଲିସ କଥା ବୁଝୁଛନ୍ତି । ଜଣେ ଆଇଏସ ଓ ଜଣେ ଆଇପିଏସ । ସେମାନେ ହିଁ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ନାୟକ । ସେମାନେ ପରଦା ପଛରେ ଅଛନ୍ତି । ତଦନ୍ତର ନାୟକ ବି ସେମାନେ ରହିଛନ୍ତି । ହତ୍ୟା, ତଦନ୍ତ ଓ ଏହି କେସ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି । ଏହି କେସରେ ୧୨୦ବି ଦଫା ଲାଗି ନାହିଁ । ହତ୍ୟାଘଟଣା ୪୦ ଦିନରେ ପହଁଚିଲାଣି । ଷଡ଼ଯନ୍ତ୍ର ଦିଗରେ ତଦନ୍ତ ହେଉ ନାହିଁ । ତଦନ୍ତ ଖାମଖିଆଲି ଭାବେ ନିଆଯାଇଛି । ଏହା କଳଙ୍କିତ ହୋଇ ରହିଯିବ ।

ପୋଲିସ ଡିଜି, ଅନ୍ୟମାନେ ସାମ୍ବାଦିକଙ୍କୁ କିଛି କହୁନାହାନ୍ତି । ଗୋପଳ ପାଗଳ ନୁହେଁ, ସ୍ପଷ୍ଟ ହୋଇଛି । ହତ୍ୟାର ଅଧଘଣ୍ଟା ପରେ ପାଗଳ ବୋଲି ପ୍ରଚାର କିଏ କଲା? ଏନେଇ ସ୍କ୍ରପ୍ଟି ବି ଲେଖାଯାଇଥିଲା । ତେଣୁ ଘଟଣାକୁ ଚପାଇଦେବାକୁ ଉଦ୍ୟମ ହୋଇଛି । ବଡ଼ବଡ଼ିଆକୁ ସୁରକ୍ଷା ଦେବା, ଗୋପାଳକୁ ସୁରକ୍ଷା ଦେବା ନେଇ ଷଡ଼ଯନ୍ତ୍ର ହୋଇଛି । ଝାରସୁଗୁଡ଼ା ଅଞ୍ଚଳରେ ବିଜେଡି ଜିଲ୍ଲା ପରିଷଦ ଆସନ ଯେଉଁମାନେ ଜିତିଛନ୍ତି ସେମାନଙ୍କୁ କିଛି ନକହିବାକୁ କୁହାଯାଇଛି । ପୋଲିସ ଧମକ ଦେଉଛି । କାହିଁକି ଗୋପଳ ପାଗଳ ନୁହେଁ । ସରକାର କହିଲେ ବିଶ୍ୱସ୍ତରୀୟ ତଦନ୍ତ କରିବୁ । କିନ୍ତୁ ଏଫବିଆଇ କୁଆଡେ ଗଲା, କିଛି ଜଣାପଡୁନି । ସତ୍ୟ ବାହାରକୁ ନଆସି ସନ୍ଦେହ ଘେରରେ ରହିଛି । ପୋଲିସ ଡିଜି ଓ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ପଚାରଯାଉଛି ।

ଏକଚାଟିଆ ଭାବେ ସରକାର ଏହି ତଦନ୍ତ କରୁଛନ୍ତି । ସବୁ ଦିଗକୁ ଯାଉ ନାହାନ୍ତି। କାହାକୁ ପ୍ରୋଟକେସନ ଦେବା ପାଇଁ ପୋଲିସ ଚାହୁଁଛି ବୁଝା ପଡୁନି । ଆଇଜି ପ୍ରିଜିନ୍ସ ଅପରାଧୀର ସ୍ୱାସ୍ଥ୍ୟ ପରୀକ୍ଷା କଲେ କେଉଁଠି? ଅପରାଧୀର ସ୍ୱାସ୍ଥ୍ୟ ପରୀକ୍ଷା କ୍ରାଇମବ୍ରାଞ୍ଚ କରେନି । କିନ୍ତୁ କ୍ରାଇମବ୍ରାଞ୍ଚ କାହିଁକି ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟସ୍ତ ବୋଲି ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା