Masthead

ଜ୍ୱାଇଁଙ୍କୁ ପିଟି ପିଟି ହତ୍ୟା କଲେ ଶ୍ୱଶୁରଘର ଲୋକେ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଚାବ୍ରିପାଲି ଗାଁରେ ଚାଞ୍ଚଲ୍ୟ । ଜ୍ୱାଇଁକୁ ପିଟି ପିଟି ମାରି ଦେଲେ ଶ୍ୱଶୁର ଘର ଲୋକେ । ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତି ଫିଙ୍ଗିବା ଉଦ୍ୟମ ହେଲା ବିଫଳ । ଭ୍ୟାନ୍ ଭିତରୁ ବସ୍ତାରେ ଭରା ହୋଇଥିବା ମୃତଦେହ ଉଦ୍ଧାର କରିଛି ପୋଲିସ । ହତ୍ୟା ଘଟଣାକୁ ମୃତଙ୍କ ସ୍ତ୍ରୀ ସ୍ୱୀକାର ବି କରିଛି । ଘଟଣାରେ ୪ ଜଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାବିରିପାଲି ଗାଁରେ । ମୃତକ ହେଲେ ପଦମପୁର୍ ଗଡଭାଟି ଗାଁର ରୁଦ୍ର ମେହେର ।

ସୂଚନା ଅନୁସାରେ ଦୀର୍ଘ ୬ ମାସ ହେଲା ମୃତ ରୁଦ୍ର ମେହେର୍ ଶ୍ୱଶୁର ଘରେ ରହୁଥିଲା । ଅନେକ ସମୟରେ ମଦ ପିଇ ଶ୍ୱଶୁରଘର ଲୋକଙ୍କୁ ଗାଳିଗୁଲଜ କରୁଥିଲା । ହେଲେ ଗତକାଲି ହୋଲି ଦିନରେ ପୁଣି ମଦ ପିଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବାରୁ ଶ୍ୱଶୁର ଘର ଲୋକେ ଉତକ୍ଷୀପ୍ତ ହୋଇ ଜ୍ୱାଇଁ ରୁଦ୍ରକୁ ନିସ୍ତୁକ ପିଟି ଥିଲେ । ହେଲେ ସେଥିରେ ତାଙ୍କ ମନ ମାନି ନଥିଲା । ଶ୍ୱଶୁରଘର ଲୋକେ ପିଟି ପିଟି ତାଙ୍କୁ ମାରି ଦେଇଥିଲେ । ରୁଦ୍ରଙ୍କୁ ପିଟି ପିଟି ମାରି ଦେଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏନେଇ ମୃତ ରୁଦ୍ରଙ୍କ ସମ୍ପର୍କୀୟ ଖପ୍ରାଖୋଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ସହ ଭ୍ୟାନକୁ ଜବତ କରିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ଗଡ଼ଭାଟି ଗାଁର ରୁଦ୍ର ମେହେର ଖପ୍ରାଖୋଲ ଥାନା ଚାବିରିପାଲି ଗାଁର ସରୋଜିନୀ ମେହେରଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ହିଁ ସ୍ଵାମୀ ସ୍ତ୍ରୀ ମଧ୍ୟ୍ୟରେ ଝଗଡ଼ା ଲାଗୀ ରହୁଥିଲା । ଏପରିକି ଯୌତୁକ ନିର୍ଯାତନା କେସରେ ସ୍ଵାମୀ ରୁଦ୍ରକୁ ଜେଲ ପଠାଇଥିଲେ ସ୍ତ୍ରୀ ସରୋଜିନୀ । ତେବେ ଦୀର୍ଘ ୬ ମାସ ହେଲା ସ୍ଵାମୀ ଘରୁ ଆସି ବାପା ଘରକୁ ଚାଲି ଆସିଥିଲେ ସରୋଜିନୀ ।

ତା ପରେ ପରେ ସ୍ଵାମୀ ମଧ୍ୟ ଶ୍ୱଶୁର ଘରକୁ ଆସିଥିଲେ ସ୍ତ୍ରୀଙ୍କୁ ମନାଇବା ପାଇଁ । ହେଲେ ଏଠି ମଧ୍ୟ ମଦ ପିଇ ଶ୍ୱଶୁର ଘର ଲୋକଙ୍କୁ ଗାଳିଗୁଲଜ କରୁଥିଲେ ରୁଦ୍ର । ହେଲେ ବୁଧବାର ଜ୍ବାଇଁ ଓ ଶଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଯେଉଁଥିରେ ଶ୍ୱଶୁର ଘର ଲୋକେ ପିଟି ପିଟି ଜ୍ବାଇଁକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ହତ୍ୟା ଘଟଣାକୁ ସ୍ୱୀକାର କରିଛନ୍ତି ମୃତ ରୁଦ୍ରଙ୍କ ସ୍ତ୍ରୀ ସରୋଜିନୀ ମେହେର । ସରୋଜିନୀ ମେହେରଙ୍କ ସହ ୪ ଜଣକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି