Masthead

ତୃତୀୟଥର ପାଇଁ ରାଷ୍ଟ୍ରପତି ପଦ ବଜାୟ ରଖିଲେ ଜିନ୍‌ପିଙ୍ଗ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଚୀନ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜିନ୍‌ପିଙ୍ଗ । ନିର୍ଦ୍ବନ୍ଦ୍ବରେ ପିପୁଲ୍ସ ରିପବ୍ଲିକ ଅଫ୍‌ ଚାଇନା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତୃତୀୟଥର ପାଇଁ ରାଷ୍ଟ୍ରପତି ପଦ ବଜାୟ ରଖିଲେ ଜିନ୍‌ପିଙ୍ଗ । ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍‌ କିଶାନ୍‌ଙ୍କ ସ୍ଥାନରେ ବିଦାୟୀ କାର୍ଯ୍ୟନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗଙ୍କୁ ସି ଜିନ୍‌ପିଙ୍ଗ୍‌ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି।

ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍‌ ଦେଇଛନ୍ତି। ଏଥର ଚୀନ୍‌ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି। ସମସ୍ତ ପ୍ରତିନିଧି ସି’ଙ୍କୁ ଭୋଟ୍ ଦେଇଛନ୍ତି। କେହି ଜଣେ ହେଲେ ବି ଭୋଟ୍‌ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍‌ ଦେଇ ନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ