ମହିଳାଙ୍କ ପାଇଁ ଅନଶନରେ କେସିଆରଙ୍କ ଝିଅ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ଦାବି କରି ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କ ଝିଅ କେ. କବିତା । ଆଜି ନୂଆଦିଲ୍ଲୀରେ ‘ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି। କେ. କବିତାଙ୍କ ‘ଏନ୍‌ଜିଓ’ ‘ଭାରତ ଜାଗୃତି’ଦ୍ବାରା ଆୟୋଜିତ ଏହି ଅନଶନ ଧର୍ମଘଟ ପ୍ରତିବାଦକୁ ଉଦ୍‌ଘାଟନ କରିଛନ୍ତି ‘ସିପିଆଇ-ଏମ୍‌’ ନେତା ସୀତାରାମ ୟେଚୁରୀ।

ଦିଲ୍ଲୀର ଜନ୍ତର ମନ୍ତରରେ ଆରମ୍ଭ ହୋଇଥିବା ଏହି ଦିନିକିଆ ପ୍ରତିବାଦରେ ‘ତୃଣମୂଳ କଂଗ୍ରେସ’, ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’, ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’, ‘ଜନତା ଦଳ (ୟୁନାଇଟେଡ୍‌)’, ‘ରାଷ୍ଟ୍ରୀୟ ଜନତା ଦଳ’ ଏବଂ ‘ସମାଜବାଦୀ ପାର୍ଟି’ ଆଦି ୧୨ରୁ ଅଧିକ ରାଜନୈତିକ ଦଳ ଯୋଗ ଦେବେ ବୋଲି ସୁନିଶ୍ଚିତ କରିଥିଲେ। ଦିଲ୍ଲୀ ମଦ ନୀତି ଦୁର୍ନୀତି ସହିତ ସମ୍ପୃକ୍ତି ଥିବା ଅଭି‌ଯୋଗରେ ତାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜେରା କରିବାର ଦିନକ ପୂର୍ବରୁ ସେ ଆଜି ଏହି ଅନଶନ ଧର୍ମଘଟରେ ବସିଛନ୍ତି।ଏହି ପ୍ରତିବାଦରେ ୫୦୦ରୁ ୬୦୦ ସଦସ୍ୟ ଅନଶନରେ ବସିବେ। ଏହାଛଡ଼ା, ଏଥିରେ ଯୋଗ ଦେବା ପାଇଁ ୬୦୦୦ ଲୋକ ଏବଂ ୧୮ଟି ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଗୁରୁବାର ଦିନ ସେ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ