Masthead

ଘାରିଲା ମହାଜନଙ୍କ ବାକି ସୁଝିବା ଚିନ୍ତା

ପୁରୀ (ବଡ଼ ଖବର ବ୍ୟୁରୋ): ୩୬ଘଣ୍ଟାର ନିରବଚ୍ଛିନ୍ନ ଅକ୍ଲାନ୍ତ ପରିଶ୍ରମ ପରେ ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ଭୟାବହ ନିଆଁ ଲିଭିଛି । ଆରମ୍ଭ ହୋଇଛି ଜୀବନ ଜୀବିକାର କଥା । ପାଉଁଶ ତଳୁ ବ୍ୟବସାୟୀମାନେ ଖୋଜୁଛନ୍ତି ବଂଚିବାର ରାହା । ଶ୍ରୀଜଗନ୍ନାଥଙ୍କ ଆଗରେ ଲାଗିଲା ନିଆଁ । ଚାଟିଦେଲା ୪୪ ଦୋକାନୀଙ୍କ ସୁଖ ସପନ । ନିଆଁ ଲିଭିଛି ସତ, କିନ୍ତୁ ବଢିଛି ଦୁଃଖ । ବୋଲ ମାନୁନି ଲୁହ । ଆଖିରୁ ବୋହି ଚାଲିଛି । ପାଉଁଶ ତଳୁ ବ୍ୟବସାୟୀମାନେ ଖୋଜୁଛନ୍ତି ବଂଚିବାର ରାହା । ଛାତି ବାଡେଇ ଲୋଡୁଛନ୍ତି ସରକାରୀ ସହାୟତା ।

ସଂସାର ଚଳିବ କେମିତି? ଭାତହାଣ୍ଡି ଚାଲିଗଲା । ଚଳିବା ପାଇଁ ଆଉ କିଛି ନାହିଁ । ଆମ ଗୁହାରୀ ସରକାର ଶୁଣନ୍ତୁ । ନହେଲେ ଆମେ ଭାସିଯିବୁ ବୋଲି ବିପନ୍ନ ଦୋକାନୀ ମନୋଜ ସାହୁ କହିଛନ୍ତି । ଖାଲି ମନୋଜ ନୁହଁନ୍ତି, ବିଶ୍ୱନାଥ ଶର୍ମାଙ୍କ ଭଳି ସବୁ ଦୋକାନୀଙ୍କ ସମାନ ଅବସ୍ଥା । ବଡଦାଣ୍ଡରେ ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । ମହାପ୍ରଭୁଙ୍କ ଆଗରେ ଉଜୁଡିଗଲା ବ୍ୟବସାୟୀଙ୍କ ହସଖୁସିର ସଂସାର । ସବୁଜଳି ପୋଡି ପାଉଁଶ ହୋଇ ଯାଇଛି। କମ୍ପ୍ଲେକ୍ସ ଭିତରେ ଥିବା ୪୫ଟି ଦୋକାନ ନିଆଁର ଆଁରେ ପାଉଁଶ ହୋଇ ଯାଇଛି।

ପ୍ରଥମ ମହଲାରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ମଧ୍ୟ ନିଆଁର କବଳରୁ ବର୍ତ୍ତି ପାରିନାହିଁ। ବ୍ୟାଙ୍କର ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ଏବେ କିଭଳି ଋଣ ଶୁଝିବେ ସେ ନେଇ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି। ଫାୟାର ସେପ୍ଟି ସାର୍ଟିଫିକେଟ୍ ନଥାଇ ପିକେଡିଏ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଖୋଲିବା ପାଇଁ ଅନୁମତି ଦେଲେ କିପରି? କମ୍ପ୍ଲେକ୍ସ ମାଲିକ ଫେରାର ଥିବା ବେଳେ ବିପନ୍ନ ବ୍ୟବସାୟୀଙ୍କ କରୁଣ ବିଳାପ ସାଧାରଣରେ ଭାବାନ୍ତର ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ