Masthead

ପାକିସ୍ତାନକୁ ଆମେରିକା ଦେବ ଆର୍ଥିକ ସହାୟତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି ପାକିସ୍ତାନ । ଯେତେ ଚେଷ୍ଟା କଲେବି ସୁଧାର ଆସୁନି । ସଯୋଗୀ ଦେଶଗୁଡିକରୁ ନିରାଶ ହେବା ପରେ ପାକିସ୍ତାନ ଏବେ ଆମେରିକାର ଶରଣାପନ୍ନ ହୋଇଛି । ପାକିସ୍ତାନର ଅର୍ଥନୈତିକ ଅଭିବୃଦ୍ଧି ସହ ମହିଳା ସଶକ୍ତିକରଣକୁ ସହାୟତା କରିବାକୁ ଆମେରିକା ପ୍ରସ୍ତାବ ଦେଇଛି । ବିଶ୍ୱ ବ୍ୟାଙ୍କର ୬.୫ ବିଲିୟନ ଡଲାର ଋଣର ୧.୧ ବିଲିୟନ ଡଲାର ଋଣ ପାଇବାକୁ ପାକିସ୍ତାନ ଚେଷ୍ଟା କରୁଛି। କିନ୍ତୁ ସ୍ଥିର କରାଯାଇଥିବା ସର୍ତ୍ତ ପୂରଣ କରିବା ପାଇଁ ପାକିସ୍ତାନ ସଂଘର୍ଷ କରୁଛି। ୨୦୨୪ ଆର୍ଥିକ ବର୍ଷରେ ପାକିସ୍ତାନକୁ ୮୨ ମିଲିୟନ ଡ଼ଲାର ଋଣ ଦିଆଯିବ ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ପ୍ରସ୍ତାବ ଦେଇଛନ୍ତି । ଏକ ଦଶନ୍ଧି ମଧ୍ୟରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛି । ଶୁକ୍ରବାର ଆମେରିକା ବୈଦେଶିକ ବିଭାଗ କହିଛି ପାକିସ୍ତାନକୁ ସହାୟତା ଦେଲେ ଘରୋଇ କ୍ଷେତ୍ରର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।

୨୦୨୪ ପାଇଁ ପାକିସ୍ତାନକୁ ଅତିରିକ୍ତ ସହାୟତା ଯୋଗାଇଦେବା ସମ୍ପର୍କରେ ଆମେରିକାର ବୈଦେଶିକ ବିଭାଗର ବଜେଟ୍ ପ୍ରସ୍ତାବରେ ରହିଛି । ଯାହା ଆସନ୍ତା ଅକ୍ଟୋବରରେ ପାକିସ୍ତାନକୁ ଦିଆଯିବ । ଏହାପୂର୍ବରୁ, ଆମେରିକା ୨୦୨୨ ରେ ୩୯ ମିଲିୟନ ଡଲାରର ସହାୟତା ପାକିସ୍ତାନକୁ ଦେଇଥିଲା । ନିଜର ଅସୁସ୍ଥ ଅର୍ଥନୀତି ତଥା ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆଇଏମଏଫ ସହିତ କାର୍ୟ୍ୟ ଜାରି ରଖିବାକୁ ଆମେରିକା ପାକିସ୍ତାନକୁ ପରାମର୍ଶ ଦେଇଛି । ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ପାକିସ୍ତାନୀ ସହଭାଗୀମାନଙ୍କ ସହ ଆମେରିକା କାର୍ୟ୍ୟ କରୁଛି । ଏହା ବଦଳରେ ଆମେରିକା ପାକିସ୍ତାନକୁ ଆର୍ଥୀକ ସହାୟତା ଯୋଗାଇ ଦେଉଛି । ଆନ୍ତର୍ଜାତୀୟ ନିଶା ନିବାରଣ ଆଇନ ପ୍ରଣୟନ ପାଇଁ ପାକିସ୍ତାନକୁ ୧୭ ମିଲିୟନ ଡଲାର, ଆନ୍ତର୍ଜାତୀୟ ସାମରିକ ଶିକ୍ଷା ତଥା ତାଲିମ ପାଇଁ ଆଉ ୩.୫ ମିଲିୟନ ଡଲାର ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି । ସେହପରି ଆମେରିକାର ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ପାଇଁ ପାକିସ୍ତାନକୁ ୩୨ ମିଲିୟନ ଡଲାର ଦେବା ପାଇଁ ପ୍ରସ୍ତାବରେ ରହିଛି ବୋଲି ଆମେରିକା ବୈଦେଶିକ ବିଭାଗ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ