Masthead

ତ୍ରିପୁରାରେ ରାଜନୈତିକ ହିଂସା

ତ୍ରିପୁରା (ବଡ଼ ଖବର ବ୍ୟୁରୋ):‘ବିଜେପି’ ଶାସିତ ତ୍ରିପୁରାରେ ଦେଖିବାକୁ ମିଳିଛି ନିର୍ବାଚନୀ ପରର ରାଜନୈତିକ ହିଂସା । ଦୁଇ ଦିନିଆ ଗସ୍ତରେ ତଦନ୍ତ କରିବାକୁ ଆସିଥିବା ସଂସଦୀୟ ଟିମ ଉପରେ ହୋଇଛି ଆକ୍ରମଣ । ଗତକାଲି ସନ୍ଧ୍ୟାରେ ବିସାଲଗଡର ନେହଲଚନ୍ଦ୍ର ନାଗର ବଜାରରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣ ଯୋଗୁଁ ସଂସଦୀୟ ଦଳ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି ବୋଲି ସିପିଆଇ (ଏମ୍) ତ୍ରିପୁରା ରାଜ୍ୟ ସଚିବ ତଥା ପୂର୍ବତନ ମନ୍ତ୍ରୀ ଜିତେନ୍ଦ୍ର ଚୌଧୁରୀ କହିଛନ୍ତି।

କଂଗ୍ରେସ ଏବଂ ‘ସିପିଆଇ(ଏମ୍‌)’ ସୂତ୍ରରୁ ଜଣାପଡ଼ିଛି ଯେ, ସେପାହୀଜାଲା ଜିଲ୍ଲା ଅନ୍ତର୍ଗତ ହିଂସା-ପ୍ରପୀଡ଼ିତ ବିଶାଳଗଡ଼କୁ ଯାଇଥିବା ସଂସଦୀୟ ଦଳର ସଦସ୍ୟମାନଙ୍କୁ ଶାସକ ‘ବିଜେପି’ ସମର୍ଥିତ କିଛି ବ୍ୟକ୍ତି ଆକ୍ରମଣ କରିବା ସହିତ ୩ଟି ଗାଡ଼ି ନଷ୍ଟ କରି ଦେଇଛନ୍ତି। ସେହିପରି, ସଂସଦୀୟ ଦଳର ପଶ୍ଚିମ ତ୍ରିପୁରାର ମୋହନପୁର ଗସ୍ତରେ ମଧ୍ୟ ‘ବିଜେପି’ କର୍ମୀମାନେ ବାଧା ଦେଇଥିଲେ।

ଜାରି କରିଥିବା ବିବୃତିରେ ପୁଲିସ କହିଛି ଯେ, ସ୍ଥାନୀୟ ବିଧାୟକମାନଙ୍କ ସହିତ ମିଶି ସାଂସଦମାନେ ଗସ୍ତସୂଚୀଭୁକ୍ତ ନ ହୋଇଥିବା ବିଶାଳଗଡ଼ର ନେହାଲ୍‌ ଚନ୍ଦ୍ର ନଗର ଗସ୍ତ ଯିବା ସମୟରେ ବିରୋଧାତ୍ମକ ସ୍ଲୋଗାନ୍‌ର ସମ୍ମୁଖୀନ ହୋଇଥିଲେ। ସାଥିରେ ଯାଇଥିବା ପୁଲିସ ଏସ୍କର୍ଟ ଟିମ୍‌ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପ୍ରତିନିଧିମାନଙ୍କୁ ନିରାପଦରେ ଉଦ୍ଧାର କରିଥିଲେ। ଘଟଣାରେ କେହି ଆହତ ହୋଇ ନାହାନ୍ତି। ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ