Masthead

ଦିନକୁ ୮ କୃଷକଙ୍କ ଆତ୍ମହତ୍ୟା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭାବି ବିକ୍ରି, ଋଣ ଭାର ଓ ଅନ୍ୟାନ୍ୟ କାରଣରୁ ମହାରାଷ୍ଟ୍ରରେ ପ୍ରତିଦିନ ୮ କୃଷକ ଆତ୍ମହତ୍ୟା କରୁଛନ୍ତି । ମହାରାଷ୍ଟ୍ର ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ୭ ମାସ ମଧ୍ୟରେ ରାଜ୍ୟରେ ୧୨୦୩ କୃଷକ ଆତ୍ମହତ୍ୟା କଲେଣି । ଏମାନଙ୍କ ମଧ୍ୟରୁ ୬ ମାସ ମଧ୍ୟରେ ୧୬୬୦ କୃଷକ ଆତ୍ମହତ୍ୟା କରିଥିବା ବିରୋଧୀ କହୁଛନ୍ତି । ଏକନାଥ ସିନ୍ଧେ ପ୍ରଶାସନର କୃଷକ ମାରଣ ନୀତି ଯୋଗୁଁ ମହାରାଷ୍ଟ୍ରରେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ବିଜେପି ନେତୃତ୍ୱାଧୀନ ଦେବେନ୍ଦ୍ର ଫଡନାଭିସ ସରକାର ସମୟରେ ୨୦୧୪-୧୯ମଧ୍ୟରେ ୫୦୬୧ କୃଷକ ଆତ୍ମହତ୍ୟା କରିଥିଲେ ।

ଏନସିପି ନେତା ତଥା ମହାରାଷ୍ଟ୍ର ବିରୋଧୀ ଦଳ ନେତା ଅଜିତ ପାୱାର କହିଛନ୍ତି, ସିନ୍ଧେ ଓ ଫଡନାଭିସଙ୍କ ମୁଖ୍ୟମନ୍ତ୍ରୀ କାଳରେ ରାଜ୍ୟର କୃଷକ ମାନଙ୍କର କୌଣସି ଉନ୍ନତି ହୋଇପାରି ନାହିଁ । ଋଣ ସୁଝିବା ଚିନ୍ତାରେ କୃଷକମାନେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଘୃଣ୍ୟ ରାସ୍ତାକୁ ବାଛି ନେଉଛନ୍ତି । ମହାରାଷ୍ଟ୍ରରେ କପା, ପିଆଜ, ସୋୟାବିନ୍ ବହୁ ମାତ୍ରାରେ ଚାଷ କରାଯାଏ । ଉତ୍ପାଦିତ ଫସଲର ବିକି୍ର ପାଇଁ ସରକାରଙ୍କ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଧାର କରଜ କରି ଚାଷୀମାନେ କରିଥିବା ଫସଲ କମ୍ ମୂଲ୍ୟରେ ବିକି୍ର କରିବାକୁ ବାଧ୍ୟ ହେଉଛନ୍ତି । କରଜ ସୁଝି ନପାରି ବାଧ୍ୟ ହୋଇ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି ପାୱାର କହିଛନ୍ତି । ମାର୍ଥାୱାଡା ଅଞ୍ଚଳରେ ୨ମାସ ମଧ୍ୟରେ ୬୨ ଚାଷୀ ଆତ୍ମହତ୍ୟା କରିଛନ୍ତି । ବେଡ ଜିଲ୍ଲାରେ କେବଳ ୨୨ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା